ଝୁଳୁଛି ନିର୍ମାଣଧୀନ 5ଟି ପିଲର ,ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ


ଅତାବିରା -ଅତାବିରା ବ୍ଲକରେ ୫ଟି ବିଦ୍ୟାଳୟ ନିର୍ମାଣ କାମ ନିମ୍ନମାନର ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ହେଇଆସୁଛି । ନିକଟରେ ବ୍ଲକର ଆହୁରି ୧୦ଟି ଉଚ୍ଚ ବିଦ୍ୟାଳୟ ୫ଟିରେ ଅନ୍ତର୍ଭୁକ୍ତ କରାଯାଇଛି । ମାତ୍ର ନିମ୍ନମାନର କାମଯୋଗୁଁ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଥିବା ଅଭିଯୋଗ ହୋଇଛି । ନିର୍ମାଣଧୀନ ବିଦ୍ୟାଳୟରେ ୪ଟି ପିଲର ଇଟାରେ ତିଆରି କରାଯାଇଛି ଏବଂ ତାହା ଝୁଲନ୍ତା ଅବସ୍ଥାରେ ରହିଛି । ଆତାବିରା ବ୍ଲକ ଜହ୍ନାପଡ଼ା ପଞ୍ଚାୟତ ଅନ୍ତର୍ଗତ ଦେବାହାଲ ଗ୍ରାମ ରେଙ୍ଗାଲିକ୍ୟାମ୍ପ ସ୍ଥିତ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟରେ ହେଉଥିବା କାମ ଏହାର ଉଦାହରଣ ଅଟେ । ପିଲର ଗାତ ଖୋଲାଯାଇନାହିଁ କିମ୍ବା ଲୁହା ଛଡର ବ୍ୟବହାର କରାଯାଇ ପୁରୁଣା ବାରଣ୍ଡା ଉପରେ କେବଳ ୧୦ଇଞ୍ଚର ଇଟା ପିଲର ଦିଆଯାଇଛି ଯାହାକି ଝୁଲନ୍ତା ଅବସ୍ଥାରେ ରହିଛି । କେଉଁ ମୁହୂର୍ତ୍ତରେ କାହା ଉପରେ ପଡ଼ିଯିବ ତାହା କହିହେବ ନାହିଁ । ଏସଂପର୍କରେ ପୂର୍ବରୁ ବିଦ୍ୟାଳୟ କମିଟିର ସଭାପତି ଏବଂ ୫ଟି ବିଦ୍ୟାଳୟର ସଭାପତି ଠିକାଦାରଙ୍କୁ ଅଭିଯୋଗ କରିଥିଲେ । ଜେଇ ଯେଉଁ ପ୍ରକାରେ ନିର୍ମାଣ କରିବାପାଇଁ କହିଛନ୍ତି ସେ ହିସାବରେ ନିର୍ମାଣ କାମ ଚାଲିଥିବା ଠିକାଦାର ଉତ୍ତର ଦେଉଛନ୍ତି । ମାତ୍ର କେଇ ଓଲଟା କଥା କହୁଛନ୍ତି ତାଙ୍କ କହିବା ଅନୁସାରେ ସେ ପ୍ଲାନ ଏଷ୍ଟିମେଟ ଦେଇନାହିଁ ଠିକାଦାର ନିଜ ଅନୁସାରେ କାମ କରୁଛନ୍ତି । ପରସ୍ପ୍ରର ପ୍ରତି ଦୋଷ ଦେଇ ଉଭୟେ ବର୍ତ୍ତିଯିବାକୁ ଚାହୁଁ ଥିବାବେଳେ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟାଳୟର ଶିକ୍ଷକ,ଛାତ୍ରଛାତ୍ରୀ ପାଠ ପଢିବେ । ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ଆଜି ବିଦ୍ୟାଳୟ ପରିଦର୍ଶନରେ ଯାଇ କାମ ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି । ସେ ବିଡିଓଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ କାମ ବନ୍ଦ କରିବାପାଇଁ କହିଥିଲେ । ଯନ୍ତ୍ରୀ,ବିଡ଼ିଓ,ସରକାରୀ ଦଳର ନିର୍ବାଚିତ ପ୍ରତିନିଧି ସମସ୍ତେ ପିସି ନେଇ କାମ ନିମ୍ନମାନର କରୁଛନ୍ତି । ଏଠାରେ ଶିକ୍ଷକ,ଛାତ୍ରଛାତ୍ରୀ ସୁରକ୍ଷିତ ନୁହନ୍ତି । ସରକାର ଠିକାଦାରଙ୍କୁ ଅତ୍ୟଧିକ ଅନୁକମ୍ପା ଦେଖାଉଛନ୍ତି । ଅତାବିରା ବ୍ଲକରେ ସମସ୍ତ ୫ଟି ବିଦ୍ୟାଳୟର ନିର୍ମାଣ କାମ ନିମ୍ନମାନର ହୋଇଛି । ବ୍ଲକର ସମସ୍ତ ୫ଟି ବିଦ୍ୟାଳୟର କାମକୁ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରାଯିବା ପାଇଁ ଦାବୀ କରିଛନ୍ତି ।