Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅତାବିରା ରେ ପ୍ରାନ୍ତୀୟ ସୌଯ୍ୟ ପ୍ରଶିକ୍ଷଣ ଉଦଯାପନୀ ସମାରୋହ

ଅତାବିରା – ସେବା, ସୁରକ୍ଷା ଏବଂ ସଂସ୍କାରର ପନ୍ଥରେ ବଜରଙ୍ଗ ଦଳର ସୃଷ୍ଟି l ବର୍ତ୍ତମାନ କାଳରେ ଭାରତ ବର୍ଷ ରେ ଯେଉଁ ଆତଙ୍କୀବାଦ, ହିନ୍ଦୁଙ୍କୁ ଅତ୍ୟାଚାର, ନାରୀ ନିର୍ଯ୍ୟାତନା, ଧର୍ମ ପରିବର୍ତ୍ତନ ର ମସୁଧା, ଗୋ ମାତାଙ୍କୁ ଅସଂମ୍ମାନ ଚାଲିଛି ଏହିସବୁକୁ ପ୍ରତିହତ କରିବାକୁ ବଜରଙ୍ଗ ଦଳର କର୍ମ l ଅହିଂସାକୁ ବଜରଙ୍ଗ ଦଳ ପସନ୍ଦ କରେ କିନ୍ତୁ ଯେ ହିଂସା କର୍ମ କରେ ତାକୁ କ୍ଷମା ଦେବ ନାହିଁ ଦଳ ବୋଲି ବରଗଡ ଜିଲା ଅତାବିରା ହାଇସ୍କୁଲ ପଡିଆରେ ବୁଧବାର ପ୍ରାନ୍ତୀୟ ସୌଯ୍ୟ ପ୍ରଶିକ୍ଷଣ ଉଦଯାପନୀ ସମାରୋହରେ ବଜରଙ୍ଗ ଦଳର ବକ୍ତାମାନେ ମତବ୍ୟକ୍ତ କରିଛନ୍ତି l ଗତ 7ତାରିଖ ରୁ ବୁଧବାର ଯାଏଁ ଚାଲିଥିବା ପ୍ରାନ୍ତୀୟ ସୌଯ୍ୟ ପ୍ରଶିକ୍ଷଣ ଉଦଯାପନୀ ସମାରୋହ ରାତ୍ରୀ ସାଢେ ୮ଟାରେ ଅନୁଷ୍ଠିତ ହୋଇଯାଇଛି l ଦଳର ଅଧ୍ୟକ୍ଷ ଅବସରପ୍ରାପ୍ତ ଡାକ୍ତର ରାଜକୁମାର ବଡ଼ପଣ୍ଡାଙ୍କ ସଭାପତିତ୍ୱ ତଥା ମୋହନ ଚରଣ ଦାଶଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସମାବେଶରେ କର୍ଣ୍ଣେଲ ପ୍ରଭାତ କୁମାର ପଣ୍ଡା ମୁଖ୍ୟଅତିଥି କ୍ଷେତ୍ର ସଂଗଠନ ମନ୍ତ୍ରୀ ସପନ କୁମାର ମୁଦ୍ଧାନୀ ମୁଖ୍ୟବକ୍ତା, ପ୍ରାନ୍ତ ବଜରଙ୍ଗ ଦଳର ସଂଯୋଜକ ସୁଧୀର ରଞ୍ଜନ ବହିଦାର ଓ ସତ୍ୟ ନାରାୟଣ ବହିଦାର ସଂମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ଏଥିରେ ବିଭିନ୍ନ ଅଞ୍ଚଳରୁ ଶତାଧିକ କର୍ମୀ ବନ୍ଧୁକ ଚାଳନା, ବିପର୍ଯ୍ୟୟ ପରିଚାଳନା, ଅଗ୍ନି ନିର୍ବାପକ ଆଦି ସିପାହୀ ପ୍ରଶିକ୍ଷଣ ତାଲିମ ନେଇଥିଲେ l ଦଳର ଯୁବ ସଂଗଠନକୁ ଅଗ୍ନିବୀର ତାଲିମ ଦେଇ ଦେଶ ସୁରକ୍ଷାରେ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦିଆଯାଇଥିଲା l ଏଥିରେ ଅତାବିରା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l ଅତାବିରା ର ଅଶ୍ୱିନୀ ମେହେର ସଭାକୁ ସ୍ୱାଗତ କରିଥିବା ବେଳେ ବଜରଙ୍ଗ ବାଳକ ସେନାର ପ୍ରମୁଖ ପରମେଶ୍ୱର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ l