Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନରେଗା ପ୍ରାପ୍ୟ ପାଇଁ ଶ୍ରମିକଙ୍କ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ

ମନେରେଗା ଯୋଜନାର ପ୍ରାପ୍ୟ ପାଇବା ପାଇଁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ତରଭା ବ୍ଲକ ଅନ୍ତର୍ଗତ ମରାଡୁଗୁଛା ଗ୍ରାମପଞ୍ଚାୟତରେ ମନରେଗା ଯୋଜନାରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନେ ସେମାନଙ୍କ ପ୍ରାପ୍ୟ ପାଇନଥିବାରୁ ଶୁକ୍ରବାର ତରଭା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖାଯାଇଛି। ସୂଚନା ଅନୁଯାଇ ମରାଡୁଗୁଛା କୁର୍ମିବନ୍ଧ, ଓ ବିଭିନ୍ନ ବନ୍ଧ, କଟା ମାନଙ୍କରେ ହୋଇଥିବା ମନେରେଗା ଯୋଜନାରେ ବହୁତ ଶ୍ରମିକ କାମ କରିଥିଲେ ମଧ୍ୟ ମଜୁରୀ ପାଇନଥିବା ଅଭିଯୋଗ ହୋଇଛି।ମଜୁରୀ ପ୍ରଦାନ ପାଇଁ ଧାରଣା ଦେବା ସହ ବିଡ଼ିଓ ଅନିଲ କୁଲୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ବିଡ଼ିଓ ଶ୍ରୀ କୁଲୁଙ୍କ ଶ୍ରମିକ ମାନଙ୍କ ସହ ଆଲୋଚନା ପରେ ବିହିତ ପଦକ୍ଷେପ ନେବେ ବୋଲି କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।ଦାବିପତ୍ର ପ୍ରଦାନ ସମୟରେ ସରପଞ୍ଚ ମନମୋହନ ସାହୁ, ସମିତି ସଭ୍ୟ ମାର୍କଣ୍ଡ ନାଗ, ମିତ୍ରବ୍ରତ ମିଶ୍ର, ତହସିଲ ନାଗ, ଆର୍ତ୍ତ ହରିପାଳ, ପ୍ରଦୀପ ନାଗ, ଦଶରଥ ନାଗଙ୍କ ସମେତ ଅନେକ ଶ୍ରମିକ ସାମିଲ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ