Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ଜିଲ୍ଲା ସଭାପତି ସରୋଜ କମ୍ପଙ୍କୁ ସମ୍ବର୍ଦ୍ଧନା

ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର କମ୍ପଙ୍କ ଉପରେ ଦଳୀୟ ନେତୃତ୍ୱ ଆସ୍ଥା ପ୍ରକଟ କରି ତାଙ୍କୁ ପୁଣିଥରେ ବିଜେଡି ସୋନପୁର ଜିଲ୍ଲା ସଭାପତି କରିଥିବାରୁ ତରଭା ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି।ଶ୍ରୀ କମ୍ପ ପୁଣିଥରେ ବିଜେଡିର ଜିଲ୍ଲା ସଭାପତି ନିର୍ବାଚିତ ହୋଇଥିବାରୁ ଶନିବାର ପୂର୍ବାହ୍ନରେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ତରଭା ବ୍ଲକ ପରିସରରେ ଥିବା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ଦଳୀୟ ନେତୃବୃନ୍ଦ ଓ ଗଣ ମାଧ୍ୟମ ପ୍ରତିନିଧି ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।ଏହି କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲା ସରପଞ୍ଚ ସଂଘ ସଭାପତି ଗଣନାଥ ସାହୁ, ତରଭା ବ୍ଲକ ସରପଞ୍ଚ ସଂଘ ସଭାପତି ଅଶ୍ବିନୀ ବିଶି, ମରାଡୁଗୁଚ୍ଛା ସରପଞ୍ଚ ମନମୋହନ ସାହୁ, ବ୍ରାହ୍ମଣୀ ସରପଞ୍ଚ କୁଶଳେଶ୍ୱର ପାଣ୍ଡେ,ବ୍ରାହ୍ମଣୀ ସମିତି ସଭ୍ୟ ରାମ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ସୁବାଷ ସେଠୀ,ପବିତ୍ର ମିଶ୍ର, ମିତ୍ରବ୍ରତ ମିଶ୍ର, ଜନାର୍ଦ୍ଦନ ଥନାପତି, ଭୁବନ ଦନ୍ତା, ବିଦ୍ୟାଧର କ୍ଷେତୀ, ତରଭା ବ୍ଲକ ସାମ୍ବାଦିକ ସଂଘ ସଭାପତି ଅଶୋକ ସାହୁ, ସମ୍ପାଦକ ମାନଭଞ୍ଜନ ମିଶ୍ର, ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ, କଲ୍ୟାଣ ନାଏକ, ନରୋତ୍ତମ ମଲ୍ଲିକ, ରାଜେଶ ମେହେର, ମନୋଜ ମନହୀରା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ତରଭା ଏନଏସି ତରଫରୁ ମଧ୍ୟ ଶ୍ରୀ କମ୍ପଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏଥିରେ ଏନଏସି ଅଧ୍ୟକ୍ଷଙ୍କ ପ୍ରତିନିଧି ମଧୁସୂଦନ ପାଣ୍ଡେ,କାଉନସିଲର ଅକବର ଅଲ୍ଲୀ ଓ ସୁରେନ୍ଦ୍ର ଦଳବେହେରା ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ