Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିବୃତ୍ତି ଜୋରରେ ଏକାଧିକ ଚେକ ଡ୍ୟାମ ନିର୍ମାଣ ହେବ: ତରଭା ବ୍ଲକ ଅଧ୍ୟକ୍ଷ

ତରଭା ବ୍ଲକରେ ବୋହି ଯାଉଥିବା ନିବୃତ୍ତି ଜୋରର ପାଣି ଆଉ ଅଯଥାରେ ଯିବନାହିଁ।ନିବୃତ୍ତି ଜୋର ତୁଲୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ତଳ ଭାଗରେ ଅତି କମରେ ୫ ରୁ ୬ ଟି ଚେକ ଡ୍ୟାମ ନିର୍ମାଣ କରି ଏହାର ଜଳକୁ ଅଟକାଇ ରଖାଯିବ ବୋଲି ଶନିବାର ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ କହିଛନ୍ତି।ସୂଚନାଯୋଗ୍ୟଯେ ନିବୃତ୍ତି ଜୋର ବୋହି ଯାଉଥିବା ସରଗଜ,ତରଭାର ଅନ୍ତର୍ଡ।,ଧୋବାତୁଠ,ପୁରୁଣା ପାଣି ପାଇପ ଘାଟ, କନିଆଁ ଦରହ,ମାଲିପଡା ଘାଟ, ନୂଆପଡା ବୈରାସର ରାସ୍ତା ଘାଟ ତଥା ଶ୍ମଶାନ ଘାଟରେ ଚେକ ଡ୍ୟାମ ନିର୍ମାଣ କରି ପାଣିକୁ ଅଟକାଇ ରଖିବାକୁ ବହୁବର୍ଷ ହେଲା ଜନ ସାଧାରଣ ଦାବି କରି ଆସୁଛନ୍ତି।ନିବୃତ୍ତିର ଜଳକୁ ଅଟକାଇ ରଖିଲେ ଜନ ସାଧାରଣଙ୍କ ଗାଧୋଇବାର ଅସୁବିଧା ଦୂର ହେବା ସହ ଭୂତଳ ଜଳ ସଂରକ୍ଷିତ ହେବ ଓ ଦରକାର ସମୟରେ ଚାଷକୁ ଜଳ ସେଚିତ କରାଯାଇ ପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ