Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭା ବ୍ଲକର ଏକ ଅବହେଳିତ ପଞ୍ଚାୟତ ବଘିଆ

ସମ୍ପ୍ରତି ଓଡିଶା ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିର ନୂତନ ସୋପାନ ଅତିକ୍ରମ କରିଥିବା ବେଳେ ସୋନପୁର ଜିଲ୍ଲା ତରଭା ବ୍ଲକର ବଘିଆ ପଞ୍ଚାୟତ ବହୁ ପଛରେ ପଡି ରହିଥିବା ଦେଖିବାକୁ ମିଳୁଛି। ୫ ହଜାରରୁ ଉର୍ଦ୍ଧ୍ବ ଜନ ସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ନଥିବାରୁ ସାମାନ୍ୟ ରୋଗ ବୈରାଗ ହେଲେ ଏହି ପଞ୍ଚାୟତର ଜନସାଧାରଣ ଗାଡିଭଡା କରି ତରଭା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଛନ୍ତି।ବହୁବର୍ଷ ହେଲା ଏଠାରେ ଏକ ସ୍ୱସ୍ଥ୍ୟକେନ୍ଦ୍ର ଖୋଲିବାକୁ ଅଞ୍ଚଳବାସୀ ସରକାରଙ୍କ ନିକଟରେ ଦାବି କରି ଅସୁଥିଲେହେଁ ଫଳ ଘର ଶୂନ ରହିଛି।ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ପଞ୍ଚାୟତ ପଛରେ ପଡିଛି।ଓଡିଶା ସରକାର ଶିକ୍ଷାର ବିକାଶ ପାଇଁ ନୂତନ ପଦକ୍ଷେପ ମାନ ଗ୍ରହଣ କରୁଥିବା ବେଳେ ଏହି ପଞ୍ଚାୟତ ପ୍ରତି ଉପେକ୍ଷା କରାଯାଉଥିବା ଦେଖିବାକୁ ମିଳୁଛି।ପଞ୍ଚାୟତରେ ଥିବା ଏକ ମାତ୍ର ହାଇସ୍କୁଲକୁ ଆଜି ସୁଦ୍ଧା ସରକାରୀ ମାନ୍ୟତା ମିଳିନାହିଁ।ଫଳରେ ଛାତ୍ରଛାତ୍ରୀ ମାନେ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହୋଇ ରହୁଛନ୍ତି।ଲୋକଙ୍କ ସୁବିଧା ସକାଶେ ଏହି ପଞ୍ଚାୟତରେ କଲ୍ୟାଣ ମଣ୍ଡପଟିଏ ନିର୍ମାଣ ହୋଇ ପାରିନାହିଁ।ସରକାର ଏହି ପଞ୍ଚାୟତ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସଚେତନ ମହଲରେ ମତ ପ୍ରକାଶ ପାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ