Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀର୍ଘ ୫୦ ବର୍ଷର ରେକର୍ଡ ଭାଙ୍ଗିଲା ଚଳିତ ବର୍ଷ ଖରା; ଆହୁରି ଦିନ ପ୍ରଚଣ୍ଡ ଖରା

ଭୁବନେଶ୍ବର: ପ୍ରଚଣ୍ଡ ଖରାରେ ସିଝୁଛି ସାରା ରାଜ୍ୟ। ଯାହାକୁ ନେଇ ଏବେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆହୁରି ୩ ଦିନ ଏଭଳି ତାତି ଜାରି ରହିବ ବୋଲି ଜଣାପଡିଛି। ତେବେ ଦୀର୍ଘ ୫୦ ବର୍ଷର ରେକର୍ଡ ଭାଙ୍ଗିଛି ଚଳିତ ବର୍ଷର ଖରା । ଗତ ବର୍ଷ ତୁଳନାରେ ଏବର୍ଷ ଖରାର ଉତ୍ତାପ ବେଶ୍‌ ଅଧିକ ରହିଥିବା ଜଣାପଡିଛି। ଏବର୍ଷ ବର୍ତମାନ ସୁଦ୍ଧା ୨୧ଟି ଗ୍ରୀଷ୍ମ ଲହରି ଦିନ ହେଲାଣି ।

ତେବେ ପାଣିପାଗ ବିଭାଗ ଅନୁଯାୟୀ ସାଧାରଣତଃ ଗୋଟିଏ ବର୍ଷରେ ୧୧ଟି ଗ୍ରୀଷ୍ମ ଲହରି ଦିନ ରହିଥାଏ । କିନ୍ତୁ ଚଳିଚ ବର୍ଷ ୨୧ଟି ଗ୍ରୀଷ୍ମ ଲହରି ହେଲାଣି । ଆଗକୁ ଆହୁରି ୩ ଦିନ ଗ୍ରୀଷ୍ମ ଲହରି ଅନୁଭୁତ ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହାଯୋଗୁ ଅଧିକାଂଶ ଲୋକ ଅଂଶୁଘାତ ଜନିତ ଅସୁସ୍ଥତା ପଡୁଥିବା ଦେଖିବାକୁ ମିଳିଛି।

ଏଇ କିଛି ଦିନ ହେବ ରାଜ୍ୟର ଅଧିକାଂଶ ସହରର ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ଉପକୂଳ ଓଡିଶାରେ ପାରଦ ଚଢିବା ସହ ଆର୍ଦତା ରହୁଥିବାରୁ ଅସହ୍ୟ ଗୁଳଗୁଳି ଅନୁଭୂତ ହେଉଛି । ଗତକାଲି ୪୫ଡିଗ୍ରୀ ଉପରେ ରହିଥିଲା ୫ଟି ସହରର ତାପମାତ୍ରା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ