Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଣ୍ଡୋନେସିଆ ଓପନ: ଇତିହାସ ରଚିଲେ ସାତ୍ତ୍ଵିକ-ଚିରାଗ, ପ୍ରଥମ ଥର ଡବଲ୍ସରେ ଜିତିଲେ ସ୍ଵର୍ଣ୍ଣ

ନୂଆଦିଲ୍ଲୀ:  ସାତ୍ତ୍ଵିକ ସାଇରାଜ ରେଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କ ଭାରତୀୟ ଯୋଡ଼ି ରବିବାର ଇଣ୍ଡୋନେସିଆ ଓପନ ୧୦୦୦ ବ୍ୟାଡମିଣ୍ଟନର ଟାଇଟଲ୍ ଜିତି ଇତିହାସ ରଚିଛନ୍ତି। ଏହି ଦୁଇ ଭାରତୀୟ ଯୋଡ଼ି ଫାଇନାଲ୍‌ରେ ମାଲେସିଆର ଆରୋନ ଚିୟା ଏବଂ ଉଇ ଓ୍ଵିକ ସୋହଙ୍କ ଯୋଡ଼ିକୁ ହରାଇ ପ୍ରଥମ ଥର ସୁପର ୧୦୦୦ ପ୍ରତିଯୋଗିତା ଜିତିଛନ୍ତି। ବିଶ୍ଵ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା ଭାରତୀୟ ଯୋଡ଼ି ଫାଇନାଲ୍‌ ମୁକାବିଲାକୁ ୨୧-୧୭, ୨୧-୧୮ରେ ଜିତି ନେଇଛନ୍ତି।

ସାତ୍ତ୍ଵିକ ଏବଂ ଚିରାଗଙ୍କ ପୂର୍ବରୁ ସାଇନା ନେହଓ୍ଵାଲ(୨୦୧୦, ୨୦୧୨) ଏବଂ କିଦାମ୍ବି ଶ୍ରୀକାନ୍ତ(୨୦୧୭)ରେ ଜାକାର୍ତ୍ତାରେ ଏକକ ବର୍ଗରେ ଟାଇଟଲ୍ ଜିତିଥିଲେ। ସାତ୍ତ୍ଵିକ ଏବଂ ଚିରାଗଙ୍କ ଯୋଡ଼ି ଦେଶର ପ୍ରଥମ ଯୋଡ଼ି ହେବାର ଉପଲବ୍ଧି ହାସଲ କରିଛନ୍ତି ଯିଏ ସୁପର ୧୦୦, ସୁପର ୩୦୦, ସୁପର ୫୦୦, ସୁପର ୭୫୦ ଏବଂ ୧୦୦୦ସ୍ତରର କୌଣସି ବି ପ୍ରତିଯୋଗିତାରେ ଚାମ୍ପିଅନ ହୋଇଛନ୍ତି।

ସାତ୍ତ୍ଵିକସାଇରାଜ ରଙ୍କିରେଡ୍ଡୀ ଏବଂ ଚାରିଗ ସେଟ୍ଟୀ ଚଳିତ ବର୍ଷ ସ୍ୱିସ୍ ଓପନ ସୁପର ସିରିଜ ୩୦୦ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସର ଟାଇଟଲ ଜିତିଥିଲେ । ଏହା ପୂର୍ବରୁ ୨୦୨୨ରେ ୩ଟି ଟାଇଟଲ ଜିତିଥିଲେ। ଏଥିରେ ରାଜ୍ୟଗୋଷ୍ଠୀ କ୍ରୀଡାର ସ୍ୱର୍ଣ୍ଣ ପଦକ ସାମିଲ । ଉଭୟ ନିଜର ଚମତ୍କାର ପ୍ରଦର୍ଶନ ଦମରେ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ନିଜ ନାମରେ କରିଥିଲେ। ସୟଦ ମୋଦୀ(ସୁପର ୩୦୦), ଥାଇଲାଣ୍ଡ ଓପନ(ସୁପର ୫୦୦) ଏବଂ ଫ୍ରେଞ୍ଚ ଓପନ(ସୁପର ୭୫୦)ରେ ମଧ୍ୟ ଚାମ୍ପିଅନ ହୋଇଥିଲେ।