Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ; ମାମଲା ରୁଜୁ କଲା ରେଳବାଇ

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ। ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ଫିଙ୍ଗିବାର ଆଉ ଏକ ଘଟଣା ସାମ୍‌ନାକୁ ଆସିଛି। ରବିବାର ଦିନ ଉତ୍ତରପ୍ରଦେଶର ମୁଜାଫରନଗର ରେଳ ଷ୍ଟେସନରେ ଅଜଣା ଦୁର୍ବୃତ୍ତମାନେ ଦିଲ୍ଲୀ-ଡେରାଡୁନ୍ ସେମି ହାଇ ସ୍ପିଡ୍ ଟ୍ରେନ୍ ଉପରେ ଆକ୍ରମଣ କରିଥିଲେ। ରେଳବାଇ ଅଧିକାରୀ କହିଛନ୍ତି ଯେ ବନ୍ଦେ ଭାରତ ଏକ୍ସପ୍ରେସର E1 କୋଚକୁ ପଥର ମାଡ କରିଛନ୍ତି। ତେବେ ଏହି ଘଟଣାରେ କେହି ଆହତ ହୋଇଥିବା ସୂଚାନ ମିଳିନାହିଁ।

ରିପୋର୍ଟ ଅନୁଯାୟୀ ରେଳବାଇ କହିଛି ଯେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଦିଲ୍ଲୀ ଡିଭିଜନ୍ ଦ୍ୱାରା ଆରପିଏଫ୍ ପଠାଯାଇଛି। ଅଜଣା ଦୁର୍ବୃତ୍ତମାନଙ୍କ ବିରୋଧରେ ରେଳବାଇ ପୋଲିସ ଫୋର୍ସ ଦ୍ୱାରା ଏକ ମାମଲା ରୁଜୁ ହୋଇଛି। ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଆକ୍ରମଣ କରାଯିବାରେ ଏହା ପ୍ରଥମ ଘଟଣା ନୁହେଁ। ବିଭିନ୍ନ ରାଜ୍ୟରେ ଏହି ଟ୍ରେନ୍‌ ଚଳାଚଳ ଆରମ୍ଭ କରିବା ଦିନରୁ ଟେକାମାଡ଼ ଘଟଣା ଘଟିଆସୁଛି। ଗତ ଛଅ ମାସ ମଧ୍ୟରେ କେରଳ, ପଶ୍ଚିମବଙ୍ଗ, ଛତିଶଗଡ଼, ତାମିଲନାଡୁ ଓ କର୍ଣ୍ଣାଟକରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ଟେକାମାଡ଼ ହୋଇଥିବା ରିପୋର୍ଟ କରାଯାଇଛି। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ