Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ; ଫସି ରହିଥିଲେ ୪

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରର ସହିଦ ନଗର ଅଞ୍ଚଳରେ ଥିବା ଭବାନୀ ମଲ୍‌ ନିକଟସ୍ଥ ଏକ ବାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।
ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଅପରେସନ୍ ଆରମ୍ଭ କରିଥିଲେ।

ବାର୍ ଭିତରେ ୪ ଜଣ ଫସି ରହିଥିବା ବେଳେ ସମସ୍ତଙ୍କୁ ଅଗ୍ନିଶମ କର୍ମଚାରୀ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି।

ତେବେ ହଠାତ ବାର ଭିତରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଯୋଗୁ ଚାରିଆଡେ ଧୂଆଁମୟ ହୋଇଯାଇଥିଲା। ବହୁ କଷ୍ଟରେ ଅଗ୍ନିଶମ କର୍ମଚାରୀ ଭିତରେ ଫସି ରହିଥିବା ୪ ଜଣ ଲୋକଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ତେବେ ଇଲେକ୍ଟ୍ରିକ୍ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ