Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଡ଼ିଆଳ ଏନଏସି ଠାରେ ନୂତନ ୧୮ ଜଣ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ଅଧ୍ୟକ୍ଷ

ଖଡ଼ିଆଳ : ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନୂତନ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା ଓ ସ୍ବାମୀ ପରିତ୍ୟକ୍ତାଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ଆଜି ଖଡିଆଳ ଏନଏସିର ୧୮ ଜଣ ହିତାଧିକାରୀଙ୍କୁ ପ୍ରଥମ ଭତ୍ତା ଯୋଜନାରେ ସାମିଲ କରି ମାସିକ ୫୦୦/୭୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଇଛି। ଏନଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଯୋଗ ଦେଇ ଭତ୍ତା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଗୋଷ୍ଠୀ ଆୟୋଜିକା ଉର୍ବଶୀ ପାଣିଗ୍ରାହୀ ଏବଂ ଯୋଜନା ସହକାରୀ କର୍ମୀ ଗଣେଶ ରାମ ଭୋଇ, ରାଜ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ଭତ୍ତା ବଣ୍ଟନକୁ ସହାୟତା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ