ତାତିରୁ ମିଳିବ ତ୍ରାହି; ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ


ଭୁବନେଶ୍ବର: ଅସହ୍ୟ ତାତିରୁ ମିଳିବ ମୁକ୍ତି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଏ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସିମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି  । ୨୦ରୁ ପାଗରେ ପରିବର୍ତ୍ତନ ହେବ। ୨୧ରୁ ପ୍ରାକ ମୌସୁମୀ ବର୍ଷା ସମ୍ଭାବନା ରହିଛି । ଆସନ୍ତା ତିନି ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ କମିବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ରାଜ୍ୟର କିଛି ଅଞ୍ଚଳକୁ ମୌସୁମୀ ବାୟୁ ପ୍ରବେଶ କରିଛି । ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଖରାର ପ୍ରକୋପ କମିଛି । ତେବେ ପାଗ ଅନୁକୂଳ ଥିବାରୁ ଓଡ଼ିଶାର କିଛି ଅଞ୍ଚଳ, ପଶ୍ଚିମବଙ୍ଗର କିଛି ଅଞ୍ଚଳ, ଝାରଖଣ୍ଡ, ବିହାର, ପୂର୍ବ ଉତ୍ତରପ୍ରଦେଶକୁ ୨ରୁ ୩ ଦିନ ମଧ୍ୟରେ ମୌସୁମୀ ପ୍ରବେଶ କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମା କରିଛି।