Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାହିତ୍ୟ ସାଧନାରେ ରହି ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସଭାପତି ମୋତିଲlଲ ସଂମାନିତ

ବେଲଗୁଣ୍ଠା, 19/06, ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ସାହିତ୍ୟ ସାଧକ ତଥା ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସଭାପତି ମୋତିଲାଲ ପତି କବିସମ୍ରାଟ ସମ୍ମାନରେ ସମ୍ମାନୀତ ହୋଇ ଘୁମୁସର ମାଟି ପାଇଁ ଗୌରବ ଆଣିଛନ୍ତି I ସୂଚନା ପ୍ରକାରେ ସୁଦୂର କୋରାପୁଟ ଜିଲ୍ଲାର ୪୨ ବର୍ଷର ପୁରାତନ ସାହିତ୍ୟ ଅନୁଷ୍ଠାନ ` ସତ୍ତା ସାହିତ୍ୟ ସଂସଦ ‘ ସାହିତ୍ୟିକ, କବି ତଥା ଗୀତିକାର ମୋତିଲାଲ ପତିଙ୍କୁ ଦୀର୍ଘଦିନ ବ୍ଯାପି ସାହିତ୍ୟି ସାଧନା ପାଇଁ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନରେ ସମ୍ମାନୀତ କରିଛନ୍ତ। ଏହି ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ଅନୁଷ୍ଠାନର ସଭାପତି କବି ଜଳଧର ସ୍ବାଇଁ,ସାହିତ୍ୟ ଏକାଡ଼େମୀ ସଭ୍ଯା ଡ ପ୍ରୀତିଧାରା ସାମଲ,ସାହିତ୍ୟ ଏକାଡ଼େମୀ ସଭ୍ଯ ଲକ୍ଷ୍ମୀକାନ୍ତ ପାଢି, ଡ ପ୍ରଦିପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ସାହିତ୍ୟିକ ମୋତିଲାଲ ପତି ଭଞ୍ଜ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ I ଏହି ସଭାରେ କୋରାପୁଟ, ନବରଙ୍ଗପୁର, ଜୟପୁରର ବହୁ କବି ଯୋଗଦେଇ ସ୍ଵରଚିତ କବିତା ପାଠ କରିଥିଲେ। ପରିଶେଷରେ ଅନୁଷ୍ଠାନର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ। ସାହିତ୍ୟିକ ମୋତିଲାଲ ପତି କବି ସମ୍ରାଟ୍ ସମ୍ମାନରେ ସମ୍ମାନୀତ ହେବା ପରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧି,ରୋଟାରୀ କ୍ଲବ୍ ସଭାପତି ମଧୁସୂଦନ ମହାପାତ୍ର, ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ