Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଲିଠୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର: ଏଣିକି ତାତିରୁ ମିଳିବ ଆଶ୍ବସ୍ତି। ଆଉ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ। କାଲିଠୁ ଅର୍ଥାତ୍ ୨୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଖୋଲିବ। କିଛି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସେଠାକାର ପାଣିପାଗକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବ କି ନାହିଁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ପାଣିପାଗ ଅନୁକୂଳ ଥିବାରୁ ଅର୍ଥାତ ଖରାର ପ୍ରକୋପ କମିଥିବାରୁ ରାଜ୍ୟ ସରକାର ବିଚାରବିମର୍ଶ କରିବା ପରେ ପୂର୍ବ ନିର୍ଦ୍ଧାରିତ ତାରିଖରେ ଅର୍ଥାତ ଜୁନ୍ ୨୧ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ନିୟମିତ ସୂଚୀ ଅନୁସାରେ ପାଠପଢା ଆରମ୍ଭ ହେବ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗତ କିଛିଦିନ ତଳେ ଗ୍ରୀଷ୍ମଛୁଟି ଅବଧି ବୃଦ୍ଧି କରାଯାଇଥିଲା। କିନ୍ତୁ ପରିବର୍ତ୍ତିତ ପାଣିପାଗକୁ ଦେଖି ଗ୍ରୀଷ୍ମଛୁଟି ବଢିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ