ଆରମ୍ଭ ହେଲା ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡିବିଜେ ନୀତି


ପୁରୀ: ଭକ୍ତମୟ ବଡଦାଣ୍ଡ। ଭକ୍ତିଭାବରେ ଉଠୁଛିପଡୁଛି ଶ୍ରୀକ୍ଷେତ୍ର। ଏକାକାର ହେବେ ଭକ୍ତ ଓ ଭଗବାନ। ଚକ୍ରରା ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ହୋଇସାରିଛି। ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡିବିଜେ ନୀତି । ସେବାୟତମାନେ ପ୍ରଭୁ ଶ୍ରୀ ବଳଦେବଙ୍କୁ ଆବେଗଭରା ଭାବରେ ରତ୍ନବେଦୀରୁ ରଥକୁ ଆଣୁଛନ୍ତି।

ପ୍ରଭୁ ବଳଭଦ୍ରଙ୍କ ଦିବ୍ୟ ଟାହିଆ ଭକ୍ତଙ୍କୁ ବିଭୋର କରୁଛି। ରତ୍ନବେଦୀରୁ ଝୁଲିଝୁଲି ଆସୁଛନ୍ତି ବଡଠାକୁର। ବଳଭଦ୍ରଙ୍କ ପରେ ଶ୍ରୀମନ୍ଦିର ରତ୍ନବେଦୀରୁ ରଥକୁ ବିଜେ କରିବେ ମା ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ  ପହଣ୍ଡିରେ ବାହାରିବେ । ଶେଷରେ ଦିବ୍ୟ ଟାହିଆରେ ସୁଶୋଭିତ ହୋଇ ଭକ୍ତଙ୍କୁ ଦେଖିବା ପାଇଁ ପହଣ୍ଡିରେ ବାହରିବେ କଳା ସାଆନ୍ତ। ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥାଆଡକୁ ଅଗ୍ରସର ହେବେ । ଏହା ଅତ୍ୟନ୍ତ ବିମୋହିତ କଲା ଭଳି ଦୃଶ୍ୟ।