Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡିଶା: ୨୪ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ

ସମ୍ବଲପୁର : ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଶ୍ଚିମ ଓଡ଼ିଶାରେ ୨୪ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ରହିବ।

ଝାରସୁଗୁଡ଼ା ଜିଲ୍ଲାରେ ୨୨ରୁ ଖୋଲି ୨୪ ଯାଏଁ ସକାଳୁଆ ସ୍କୁଲ ହେବାକୁ ଜିଲ୍ଲାପାଳ ଘୋଷଣା କରିଥିବା ବେଳେ ସମ୍ବଲପୁରରେ ମଧ୍ୟ ୨୨ରୁ ୨୪ ସକାଳୁଆ ସ୍କୁଲ ହୋଇ ୧୦ଟା ଯାଏଁ ଚାଲିବ। ୯.୦୦ ଟାରୁ ୯.୩୦ ମଧ୍ୟରେ ମଧ୍ୟାହ୍ନ ଭୋଜନ ଶେଷ ହେବ। ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ୨୩ରେ ସ୍କୁଲ ଖୋଲି ୨୪ ଯାଏଁ ସକାଳୁଆ ସ୍କୁଲ ରହିବ। ଏହା ସକାଳ ସାଢ଼େ ୬ରୁ ସାଢ଼େ ୯ଟା ଯାଏ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟଯେ ୨୨ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲ ଖୋଲୁଥିବା ବେଳେ ପଶ୍ଚିମାଞ୍ଚଳରେ ରୌଦ୍ର ତାପ କାରଣରୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଜିଲ୍ଲାପାଳଙ୍କ ହାତରେ ଛାଡିଦେଇଥିଲେ ।