Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭକ୍ତ ଙ୍କ ଗହଣରେ ତିନି ଠାକୁର ବିଜେ କଲେ ମାଉସୀ ମାଁ ମନ୍ଦିର

ଗୋପାଳପୁର: ଗୋପାଳପୁର ସମେତ ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ରହିଥିବା ସମସ୍ତ ଜଗନ୍ନାଥ ମନ୍ଦିର ରେ ଆଜି ନୀତି କାନ୍ତ ସହ ତିନି ଠାକୁରଙ୍କ ପୂଜାନୀତି ସହ ପହଣ୍ଡି ବିଜେ କରାଯାଇ ରଥଯାତ୍ରା ସମ୍ପନ୍ନ କରାଯାଇଥିଲା।ଏହି କ୍ରମରେ
ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରିଡି ସ୍ଥିତ ସିଦ୍ଧ ଭୈରବୀ ମନ୍ଦିରର ଜଗନ୍ନାଥ ମନ୍ଦିରରେ ରଥ ଯାତ୍ରା ସମାପନ ହୋଇ ଯାଇଛି।

ରଥ ଯାତ୍ରା ଅବସରରେ ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ସହ ଦିନ ୯ଟା ବେଳେ ଆରତୀ କରାଯାଇ ମନ୍ଦିର କମିଟି ସହ ମନ୍ଦିର ପୂଜକଙ୍କୁ ନେଇ ନିତିକାନ୍ତି ଅନୁସାରେ ମନ୍ଦିର ଭିତରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ପୂଜା ବିଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୈରବ ପାଣିଗ୍ରାହୀ ପରମ୍ପରା ଅନୁଯାୟୀ ଛେରା ପହଁରା କାର୍ଯ୍ୟ କରିଥିଲେ। ରଥ ଟାଣିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ପରାମର୍ଶ ଦାତା ଗୋପବନ୍ଧୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଥ ଟଣା ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରିଡି ସରପଞ୍ଚ ପ୍ରଶାନ୍ତ ଦାସ, କୋଠାରସିଂ ସରପଞ୍ଚ ଦୁର୍ଯ୍ୟୋଧନ ରେଡ୍ଡୀ, ସମିତି ସଭ୍ୟ ଆଶିଷ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ଗୋଳନ୍ଥରା ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ଚଳିତ ବର୍ଷ ଭୈରବୀ କମିଟି ତରଫରୁ ଧୁମ୍ ଧାମରେ ନୀତିକାନ୍ତି ଅନୁସାରେ ପୂଜା ପାର୍ବଣ ଅନୁଷ୍ଠିତ ହୋଇଥିଲା ଏବଂ ତିନି ରଥଟଣା ସମୟରେ ଅଞ୍ଚଳର ପ୍ରାୟ ଦଶ ହଜାର ରୁ ଅଧିକ ଭକ୍ତଙ୍କ ଭିଡ଼ ଜମିଥିଲା। ମନ୍ଦିର କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ କହିଛନ୍ତି ବାହୁଡା଼ ଯାତ୍ରା ପ୍ରର୍ଯ୍ୟନ୍ତ ମନ୍ଦିର ବେଢାରେ ଚଳିତ ବର୍ଷ ଯେଉଁ ଦିନ ଯୋଉ ପର୍ବ ରହିବ ସେହି ଅନୁସାରେ ପାଳନ କରିବାକୁ କମିଟି ନିଷ୍ପତ୍ତି ନେଇଛନ୍ତି। ମନ୍ଦିର ଖୋଲା ଥିବାରୁ ଦର୍ଶନ ଲାଗି ଭକ୍ତଙ୍କ ମଧ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି। କୋଭିଡ କଟକଣା ଲାଗି ରହିଥିବାରୁ ମନ୍ତ୍ରିଡି ସ୍ଥିତ ମା ସିଦ୍ଧ ଭୈରବୀ ମନ୍ଦିର ଖୋଲା ଯାଇପାରୁ ନଥିଲା ।

ରଥଯାତ୍ରା ସମୟରେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତ ଆସି ଯାତ୍ରା ରେ ସାମିଲ ହେଉଥିଲେ। ଆଖ ପାଖ ଗ୍ରାମର ଶତାଧିକ ଭକ୍ତଙ୍କ ସମାଗମ ହୋଇ ଥିଲା କିନ୍ତୁ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ମନ୍ଦିର କୋଭିଡ କଟକଣା ମଧ୍ୟରେ ମନ୍ଦିର ଖୋଲା ଯାଉଛି,ଅନ୍ୟ ସଭ୍ୟ ମାନଙ୍କ ମଧ୍ୟରେ ବୁଢ଼ା ପାଣିଗ୍ରାହୀ, ପ୍ରଶାନ୍ତ କୁମାର ସାହୁ, ଚିତ୍ତରଂଜନ ଦାଶ, ଇ. ସିମାଦ୍ରି, ପି.ପ୍ରଦୀପ ପାତ୍ର, ରେଡ୍ଡୀ ସଂଘମ ର ସିଏଚ.ଦିଲେଶ୍ୱର ରେଡ୍ଡୀ, ଡି. ଭରତ ରେଡ୍ଡୀ, ଡିଲିଗା ରେଡ୍ଡୀ , ଆର.ହାରମ୍ବା ରେଡ୍ଡୀ ସହ ଅନ୍ୟମାନେ ଯୋଗ ଦେଇଥିଲେ।ପୁରୋହିତ ଭାବେ ଭୂବୁନି ଶତପଥୀ ପୂଜା ପାଠ କରିଥଲେ ଏବଂ ମନ୍ଦିର ପୂଜକ ମାନେ ଉପସ୍ଥିତ ଥିଲେ। ସେହିପରି ମନ୍ତ୍ରୀଡି ଗ୍ରାମ ଭିତରେ ଥିବା ବହୁ ପୁରାତନ ଜଗନ୍ନାଥ ମନ୍ଦିରର ରଥ ନଥାଇ ପହଣ୍ଡି ଦ୍ଵାରା ରଥ ଯାତ୍ରା ଆର. ସୁବାଣୀ ଗ୍ରାମର କର୍ତ୍ତା ଭି. ରାଜୁ ରେଡ୍ଡୀ ଙ୍କ ତତ୍ବାବଧାନରେ ରେଡ୍ଡୀ ସଂଘମ ଦ୍ବାରା ରଥଯାତ୍ରା ସମାପନ ହୋଇଥିଲା। ଦୀର୍ଘ ୨୫ ବର୍ଷ ହେଲା ରଥ ନଥାଇ ରଥ ଯାତ୍ରା ହେବା କ୍ଷୋଭର ବିଷୟ ବୋଲି ଅଞ୍ଚଳ ବାସୀ ଏବଂ ରେଡ୍ଡୀ ସଂଘମ୍ କହିଛନ୍ତି। ସେହିପରି ଗୋପାଳପୁର ରେ ଶିଗିଡି ସାହି ଠାରେ ଥିବା ଜଗନ୍ନାଥ ମନ୍ଦିର ରେ ମଧ୍ୟ ନୀତି କାନ୍ତ ଅନୁସାରେ ପୂଜାର୍ଚ୍ଚନା ପରେ ପହଣ୍ଡି ବିଜେ କରାଯାଇ ତିନି ମୂର୍ତ୍ତି ଙ୍କୁ ରଥା ରୁଢ କରାଯାଇଥିଲା। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଅତିଥି ଭାବେ ଯୋଗଦେଇ ଛେରାପହଁରା କରିବା ପରେ ରଥ ଟଣା ଆରମ୍ଭ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories