Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭା ଶ୍ରୀ ଦଧିବାବନଙ୍କ ରଥଯାତ୍ରା

ତରଭା: ଶ୍ରୀ ଦଧିବାବନଙ୍କ ପବିତ୍ର ରଥଯାତ୍ରା ଆରମ୍ଭ ହୋଇଛି। ସକାଳୁ ସେବାୟତ ମାନେ ଭଗବାନ ପ୍ରଭୁ ଦଧିବାବନଙ୍କ ନୀତିକାନ୍ତି ସମ୍ପନ୍ନ କରାଇଥିଲେ। ଅପରାହ୍ନ ପାଞ୍ଚ ଘଣ୍ଟା ସମୟରେ ସେବାୟତ ମାନେ ପ୍ରଭୁଙ୍କ ନୀତିକାନ୍ତି ସମ୍ପନ କରି ଶ୍ରଦ୍ଧାଳୁ ଭକ୍ତଙ୍କ ହରିବୋଲ ହୁଳହୁଳି ଏବଂ ଘଣ୍ଟ ଘଣ୍ଟା ମଧ୍ୟରେ ପହଣ୍ଡି କରି ଆଣି ରଥାରୂଢ଼ କରିଥିଲେ ।ରଥଯାତ୍ରା କମିଟିର ସଭାପତି ରତନଲାଲ ଅଗ୍ରୱାଲ ରଥରେ ଛେରାପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ । ପହଣ୍ଡି କାର୍ଯ୍ୟକ୍ରମରେ ସଞ୍ଜୟ ମିଶ୍ର, ବିଜୟ ମିଶ୍ର, ଜଗନ୍ନାଥ ପୁଜାହାରୀ, କେଶବ ତ୍ରିପାଠୀ, ମାନସ ରଞ୍ଜନ ପଣ୍ଡା, ସୁଧିର ପୁଜାହାରୀ, ସତ୍ଯ ନାରାୟଣ ପୁଜାହାରୀ, ବିକ୍ରମ ମିଶ୍ର, ପ୍ରଦୀପ ପାଣିଗ୍ରାହୀ, ପ୍ରଭାତ ମିଶ୍ର, ସୁରେନ୍ଦ୍ର ବେଜ, ସାନ୍ତନୁ ପଣ୍ଡା ,ଆଦିକନ୍ଦ ପାଣିଗ୍ରାହୀ, ଆଶିଷ ମିଶ୍ର, ଜ୍ଞାନ ରଞ୍ଜନ ମିଶ୍ର ପ୍ରମୁଖ ପ୍ରଭୁ ଦଧିବାବନଙ୍କୁ ପହଣ୍ଡିରେ ଆଣି ରଥାରୂଢ଼ କରିଥିଲେ । ପହଣ୍ଡି ସମୟରେ ଗୋପାଳକୃଷ୍ଣ ମିଶ୍ର ପ୍ରଭୁଙ୍କ ଭଜନ ମାନ ଗାନ କରି ଥିଲେ । ଗୋଟିଏ ଦଉଡି ରଥ ଟଣାଯାଇ ବନ୍ଦ କରା ଯାଇଥିଲା । ଏଥିରେ ତରଭା ତଥା ଅଞ୍ଚଳର ଶହଶ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ପହଣ୍ଡି ଦର୍ଶନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ