Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଶାଳା ରେ ଶ୍ରୀ ଗୁଣ୍ଡିଚା ଘୋଷ ଯାତ୍ରା ସମାରୋହ ଅନୁଷ୍ଠିତ

ଚିପିଲିମା: ସମ୍ବଲପୁର ବୁର୍ଲା ଥାନା ଗୋଶାଳା ରେ ଏସଏଲବି ଫାର୍ମ ସ୍ଥିତ ଜଗନ୍ନାଥ ମନ୍ଦିରରେ ଜାଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ରୀତିନୀତି ଅନୁସାରେ ପୁଜାର୍ଚନା ପରେ ପହଣ୍ଡି ଯାତ୍ରା ଅନୁଷ୍ଠିତ ହୋଇଥିଲା।ପରେ ପରେ ତିନି ଦାରୁଙ୍କ ରଥରୋଡ଼ ହୋଇଥିଲା।ଉପସ୍ଥିତ ପୁରୁଷ ମହିଳା ଭକ୍ତମାନେ ତାଳଧ୍ୱଜ ରଥ, ଦର୍ପଦଳନ ରଥ, ନନ୍ଦିଘୋଷ ରଥକୁ ଟାଣି ଟାଣି ନେଇ ଗୋଶାଳା ଛକସ୍ଥିତ ବଡଦାଣ୍ଡକୁ ନେଇଥିଲେ।ହରିବୋଲ ହୁଳହୁଳି ରେ ବଡଦାଣ୍ଡ ଉଛୁଳି ପଡିଥିବାବେଳେ, ହଜାର ହଜାର ଭକ୍ତ ତିନିଦାରୁଙ୍କୁ ଦର୍ଶନ କରିଥିଲେ।ଅନେକ ଶିଶୁଙ୍କ ରଥ ଛୁଆଁ ଅନୁଷ୍ଠିତ ହୋଇଥିଲା।ଭଜନ କୀର୍ତ୍ତନ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବଡଦାଣ୍ଡ ଉଚ୍ଛୁଳିପଡିଥିଲା।ପ୍ରତ୍ୟେକ ଭକ୍ତଙ୍କୁ ଅନ୍ନଭୋଗ ବଣ୍ଟନ ହୋଇଥିଲା।ରାତିରେ ତିନି ଠାକୁର ମାଉସୀ ମାଁ ମନ୍ଦିର ପ୍ରବେଶ କରିଥିବାବେଳେ, ଆରତୀ ପୁଷ୍ପାଞ୍ଜଳି ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories