Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୌରିନିଙ୍କ ନାଁରେ ଯୌନ ନିର୍ଯାତନା ମାମଲା; କୋଲକାତା ଗଲା କମିଶନ‌ରେଟ ପୋଲିସ

ଭୁବନେଶ୍ବର: ବଲିଉଡ୍‌ ଗାୟକ ସୌରିନି ଭଟ୍ଟଙ୍କ ନାଁରେ ଜଣେ ମହିଳା କଣ୍ଠଶିଳ୍ପୀ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଉକ୍ତ ମହିଳା ଜଣଙ୍କ ପ୍ରଥମେ ଜଗତପୁର ଥାନା ଓ ପରେ ମହିଳା ଥାନାରେ ମାମଲା ରୁଜୁ କରିଥିଲେ। ତେବେ ସୌରିନିଙ୍କ ନାଁରେ ଅଭିଯୋଗ ଆସିବା ପରଠୁ ସୌରିନିଙ୍କ ଖୋଜଖବର ମିଳି ନଥିଲା। ସୌରିନିଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ରହିଥିବା ବେଳେ ତାଙ୍କ ସିଡିଏସ୍ଥିତ ବାସଭବନ ବନ୍ଦ ରହିଥିଲା।

ତେବେ ସୂଚନା ମୁତାବକ ଏହି ମାମଲାର ତଦନ୍ତ ଲାଗି କମିଶନରେଟ ପୋଲିସ କୋଲକାତା ଯାଇଛନ୍ତି । ଏଥିପାଇଁ ୪ ଜଣିଆ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଯେଉଁଥିରେ ମହିଳା ପୋଲିସ ମଧ୍ୟ ରହିଛନ୍ତି । ଏହାସହିତ ସୌରିିନି ରହୁଥିବା ଘର ମାଲିକଙ୍କୁ ପୋଲିସ ନୋଟିସ୍ ମଧ୍ୟ କରିଛି । ଏପରିକି ମୋବାଇଲ ମଧ୍ୟ ସ୍ୱିଚ୍ ଅଫ ରହିଥିବା ଜଣାପଡିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ