Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୌସୁମୀ ଛୁଇଁବ ଓଡିଶା: ଦକ୍ଷିଣ,ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା!

ସମ୍ବଲପୁର : ଓଡିଶାକୁ ମୌସୁମୀ ଛୁଇଁବାକୁ ଆଉ ୨୪ ଘଣ୍ଟା ବାକି ରହିଛି।ଏଭିତରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟର କିଛି ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଛାଏଁ ଛାଏଁ ବର୍ଷାବି ସ୍ଥାନ ବିଶେଷରେ ବର୍ଷୁଛି। ଯାହା ଜଣାପଡୁଛି ଆସନ୍ତାକାଲି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢିବ। ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଚେତାବନି ଦେଇଛି ପାଣିପାଗ ବିଭାଗ।ସେହିଭଳି ୨୨ରୁ ଉତ୍ତର ଉପକୂଳ ଏବଂ ପରବର୍ତ୍ତୀ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରି ପାଣିପାଗ ବିଭାଗ ୨୩ ଓ ୨୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନି ଶୁଣାଇଛି । ଆଜି ଦିନ ୧୧ ଟା ୩୦ ସୁଦ୍ଧା ଝାରସୁଗୁଡା ୩୭.୨ ଡିଗ୍ରୀ ଛୁଇଁଥିବା ବେଳେ ଚାନ୍ଦବାଲି ୩୭ ଡିଗ୍ରୀ, ଭୁବନେଶ୍ୱର ୩୬.୮ ଡିଗ୍ରୀ, ବାଲେଶ୍ୱର୩୬.୬ ଡିଗ୍ରୀ, ସମ୍ବଲପୁର ୩୬ ଡିଗ୍ରୀ, ପୁରୀ ୩୫ ଡିଗ୍ରୀ, କେନ୍ଦୁଝର ୩୪ ଡିଗ୍ରୀ, ହୀରାକୁଦ ୩୩.୪ ଡିଗ୍ରୀ, ପାରାଦୀପ ୩୩ ଡିଗ୍ରୀ, ଗୋପାଳପୁର ୩୨.୬ ଡିଗ୍ରୀ ତାପମାତ୍ରା ରହିଥିବା ଜଣାପଡିଛି। ରୌଦ୍ରତାପ କମିଲେ ଆସନ୍ତା ୨୬ ତାରିଖରୁ ସ୍କୁଲ ଗୁଡିକ ସ୍ୱାଭାବିକ ଚାଲିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ