Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା: ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳନ

ଜମନକିରା : ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ଜମନକିରା ବ୍ଲକର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ନେହେରୁ ଯୁବ କେନ୍ଦ୍ର ଜମନକିରା ବ୍ଲକ ପକ୍ଷରୁ କେନଢ଼ିପା ପଞ୍ଚାୟତ ଅନ୍ତର୍ଗତ ସର୍ବେ ଗ୍ରାମରେ ବୀର ବଜରଙ୍ଗବଳି କ୍ଲବ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ରର ଯୁବ ସ୍ଵେଚ୍ଛାସେବୀ ଶମ୍ଭୁନାଥ ସାହୁ ଏବଂ ମାନସ ଦେହୁରୀଙ୍କ ତତ୍ତ୍ଵାବଧାନରେ ଗ୍ରାମର ଆବାଳ ବୃଦ୍ଧ ବନିତାଙ୍କୁ ନେଇ ଅତି ସୁନ୍ଦର ଭାବରେ ଯୋଗ କରାଯାଇଛି। ଏଥିରେ ଯୁବକ ସଂଘର ଯୁବକ ମାନଙ୍କ ସହିତ ପ୍ରାୟ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ। କେନଢ଼ିପା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡ.ବାସନ୍ତୀ ତାଣ୍ଡିଆ ଏବଂ ଆୟୁଷ ଡ.ନିରୁପମା ମହାପାତ୍ର ଯୋଗଦେଇ ଗ୍ରାମବାସୀଙ୍କୁ ଯୋଗର ମହତ୍ତ୍ଵ ଓ ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ। କିଭଳି ଭାବରେ ଯୋଗ ଦ୍ୱାରା ଅନେକ ରୋଗର ନିରାକରଣ କରାଯାଇପାରୁଛି ଏବଂ ସ୍ବାସ୍ଥ୍ୟ ସୁସ୍ଥ ସବଳ ରହିପାରୁଛି ତାହା ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ। ଶେଷରେ ପ୍ରତ୍ୟେକ ଦିନ ଯୋଗ କରିବା ପାଇଁ ଏକ ଶପଥ ପାଠ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ
ଶମ୍ଭୁନାଥ ସାହୁ, ପ୍ରମୋଦ କୁମୁରା, ରଞ୍ଜନ ସେଠ, ପ୍ରେମ ସାଗର ପରେଖ, ଦେବାର୍ଚ୍ଚନ ନଏକ, ସୁରେନ୍ଦ୍ର କାଲୋ, ପ୍ରସାଦ ସେଠ, ଶୋଭରାମ ସେଠ, ଗୁଣମଣି ନାଏକ, ଅମୂଲ୍ୟ କୁମୁରା, ଗଜିନ୍ଦ୍ର କୁମୁରା, କୈଳାସ ସାହୁ ମଙ୍ଗୁଲୁ ମାଝୀ ପ୍ରମୁଖଙ୍କ ନେତୃତ୍ୱରେ ଯୋଗ ଦିବସ ପାଳନ କରାଯାଇଛି।

ସେହିପରି ଭୋଜପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡ଼ା. ଶରତ ଚନ୍ଦ୍ର ଦେହୁରିଙ୍କ ତତ୍ତ୍ଵାବଧାନରେ ଯୋଗ ଦିବସ ପାଳନ କରାଯାଇଥିବା ବେଳେ ଭାଜପା ଜମନକିରା ମଣ୍ଡଳ ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିରରେ ଯୋଗଭ୍ୟାସ କରା ଯାଇଥିଲା। ଅମୋଘ ପାଣିଗ୍ରାହୀ, ଓକିଲ ପ୍ରଶାନ୍ତ ପଣ୍ଡା, ପ୍ରଧାନ ଆଚାର୍ଯ୍ୟ ସୁରଲି ମିଶ୍ର , ଆଚାର୍ଯ୍ୟ, ଅଚାର୍ୟା, ଗୁରୁମା ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ଅନୁରୂପ ଭାବେ ଜମନକିରା ପୁରୁଣା ଥାନା ପଡିଆରେ ବିଜେପି ପକ୍ଷରୁ ସୁବାସ ସାହୁ, ବିରାଜ ପାଣ୍ଡେ, ଦୀପକ ସାହୁ, ତ୍ରିଲୋକ ପ୍ରଧାନ, ବୃନ୍ଦାବନ ପ୍ରଧାନ, ଅମରଜିତ ସେଠ ପ୍ରମୁଖଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ