Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ସମ୍ବଲପୁର : ମାନେଶ୍ୱର ବ୍ଲକର ବଦୁଆପାଲି ଠାରେ ନରେଗା ଯୋଜନାରେ ଏକ କାମର ବିଲ କରିବାକୁ ଗ୍ରାମସାଥୀ ଦୟାନିଧି ଭୋଇଙ୍କ ଠାରୁ ୧୦.୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସେହି ବ୍ଲକର କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଇଂ ସାହୁ ସେହି ବ୍ଲକର ବତେମୁରା ଓ ବରଗାଁ ଭଳି ୨ଟି ଗ୍ରାମ ପଞ୍ଚାୟତର ଦାୟିତ୍ୱରେ ଥିଲେ । ଏହି ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ପ୍ରଲେପ ଦିଆ ନଗଦ ୧୦ ହଜାର ଟଙ୍କା କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଜବତ କରି ଗିରଫ କରିବା ସଙ୍ଗେ ସଙ୍ଗେ ତାଙ୍କର ଧନୁପାଲି ଥାନା ଅନ୍ତର୍ଗତ କୁଲୁଥକାନି ଓ ଅନୁଗୁଲ ଜିଲ୍ଲା ଡେଲାଙ୍ଗ ଥାନାର ତାଙ୍କ ଶ୍ୱଶୁରଘର ବୋଲଘଣ୍ଟିଆଲି ଘରେ ଏକ କାଳିନ ଚଢାଉ କରି ଏ ସଂପର୍କରେ କେଶ ନମ୍ବର ‍ ‍୧୭/ ୨୦.୦୬.୨୦୨୩ ରେ ଏକ ମକଦ୍ଦମା ଋଜୁ କରିଥିବା ଭିଜିଲାନ୍ସ ଭିଭାଗ ସୂତ୍ରରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ