ସମ୍ବଲପୁର(ଗୌଡପାଲି):ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୌଡପାଲି ଶ୍ରୀଜଗନ୍ନାଥ ମନ୍ଦିରରେ ଗତକାଲି ମହାସମାରୋହରେ ମହାପ୍ରଭୁଙ୍କର ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ୫ଟାରେ ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇଥିଲା । ଏଥିରେ ଗ୍ରାମର ଗୌନ୍ତିଆ ପରିବାର ସଦସ୍ୟ ପ୍ରଶାନ୍ତ ନାଥ ଶର୍ମା ଛେରାପହରା କରିଥିବାବେଳେ ପଣ୍ଡିତ ଶ୍ରୀକାନ୍ତ ପଣ୍ଡା ଓ ପଣ୍ଡିତ ଦେବେନ୍ଦ୍ର ପଣ୍ଡା ପୌରହିତ୍ୟ କରିଥିଲେ । ଅନୁପ ନାଥ, ସଞ୍ଜିବ ନାଥ ଶର୍ମା, ଦୁଷ୍ମନ୍ତ ନାଥ ଶର୍ମା, ହେମନ୍ତ ନାଥ ଶର୍ମା, ସଂଗ୍ରାମ ନାଥ ଶର୍ମା, ସୁଦିପ ନାଥ, ବିସ୍ମୟ ନାଥ ଶର୍ମା, ଶ୍ରୀତମ ନାଥ ଶର୍ମା, ଉତ୍ତମ ନାଥ ଶର୍ମା, ସୁମନ୍ତ ନାଥ ଶର୍ମା , ସିଦ୍ଧାର୍ଥ ନାଥ ଶର୍ମା, ସୁଶାନ୍ତ ନାଥ ଶର୍ମା, ଆୟୁଷ ପାଣିଗ୍ରାହୀ, ଚକ୍ରଧର ନନ୍ଦ, ରାମକୃଷ୍ଣ ସାହୁ ଓ ସଂସ୍କାର ଯୁବକ ସଂଘର ସମସ୍ତ ସଦସ୍ୟ ପହଣ୍ଡିରେ ସହଯୋଗ କରିଥିଲେ । ମହାପ୍ରଭୁ ରଥାରୂଢ ହେଲାପରେ ରଥଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ରଥ ଟଣା ହୋଇଥିଲା । ଘୋଷଯାତ୍ରା ଉପଲକ୍ଷେ କଟକ ଓଁ ଶ୍ରୀ ଭଜନ ସଂଧ୍ୟା ତରଫରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଦିପ ପଲାଇ, ଗଗନ ବିହାରୀ ଜେନା, ଦିପ୍ତିମୟୀ ଓ ଦେବସ୍ମିତାଙ୍କ ଦ୍ବାରା ଭଜନ ପରିବେଷଣ ହୋଇଥିବା ବେଳେ ବିଭୁପ୍ରସାଦ ନନ୍ଦ, ଅମୃତ ରଞ୍ଜନ ଦାସ, ମନୋଜ ଦତ୍ତ, ଜ୍ୟୋତିରଞ୍ଜନ ସ୍ବାଇଁ, ଦେବକାନ୍ତ ନନ୍ଦ ଓ ଶ୍ୟାମ ରାଓ ବାଦ୍ୟଯନ୍ତ୍ର ରେ ସହଯୋଗ କରିଥିଲେ । ବିଚିତ୍ରାନନ୍ଦ ପଣ୍ଡା କାର୍ଯ୍ୟକ୍ରମରେ ଉଦଘୋଷକ ଦାୟିତ୍ତ୍ବ ନିର୍ବାହ କରିଥିଲେ । ସାମ୍ବାଦିକ ସୁବାସ ନାଥ ଶର୍ମାଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ସଂପାଦନ ହୋଇଥିଲା
ସେହିପରି ଆଜି ଯୁଯୋମୁରା ବ୍ଖକର ବାହାମ ଗ୍ରାମ ପଞ୍ଚାୟତର ପଧାନପାଲି ଓ ଘେନୁପାଲି ପଞ୍ଚାୟତର ସନାତନ ପାଲି ଠାରେ ଘୋଷଯାତ୍ରା ଅନୁଷ୍ଠିତ ହୋଇ ପହଣ୍ଡି ହୋଇଥିଲା । ଉଭୟ ସ୍ଥାନରେ ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ ।
ଗୌଡପାଲିରେ ଘୋଷ ଯାତ୍ରା,ଆଜି ପଧାନପାଲି ଓ ସନାତନପାଲିରେ ପହଣ୍ଡି
