Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କାଶ୍ମୀରୀଙ୍କ ପରିଚୟ ଅମରନାଥ, ହିନ୍ଦୁ-ମୁସଲିମ ଏକତାର ଦେବେ ସନ୍ଦେଶ; ଅପିଲ୍ କଲେ ଫାରୁକ ଓ ମେହବୁବା

ନୂଆଦିଲ୍ଲୀ: କାଶ୍ମୀରରେ ଅମରନାଥ ଯାତ୍ରା ଜୁଲାଇ ୧ରୁ ଆରମ୍ଭ ହେବାକୁ ଯାଉଛି। ସୁରକ୍ଷା ବ୍ୟବସ୍ଥାଠୁ ନେଇ ଶ୍ରଦ୍ଧାଳୁଙ୍କ ସମସ୍ତ ସୁବିଧାର ବନ୍ଦୋବସ୍ତ କରାଯାଉଛି। ଏହା ମଧ୍ୟରେ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏବଂ ମେହବୁବା ମୁଫତି ଏକତାର ସନ୍ଦେଶ ଦେଇଛନ୍ତି। ଫାରୁକ ଅବଦୁଲ୍ଲା କହିଛନ୍ତି, ଅମରନାଥ ଯାତ୍ରା କାଶ୍ମୀରୀଙ୍କ ପରିଚୟ। ଏହି ଯାତ୍ରା ଜରିଆରେ ପୂରା ଦେଶକୁ ହିନ୍ଦୁ ମୁସଲିମ ଏକତାର ସନ୍ଦେଶ ମିଳେ। ଏହି ସମୟରେ ଭାଇଚାରା ଦେଖିବାକୁ ମିଳିଥାଏ। ଏହା ହିଁ କାଶ୍ମୀରୀଙ୍କ ଝଲକ। ଏହା ସେହି ଲୋକଙ୍କ ପାଇଁ ସନ୍ଦେଶ, ଯିଏ ସମଗ୍ର ଦେଶରେ ଧର୍ମ ନାମରେ ଘୃଣା ସୃଷ୍ଟି କରିଥାନ୍ତି।

ଅବଦୁଲ୍ଲାଙ୍କ ବ୍ୟତୀତ ମେହବୁବା ମୁଫତି ମଧ୍ୟ ଅମରନାଥ ଯାତ୍ରାକୁ ସଫଳ କରିବା ପାଇଁ ନିଜର ଯୋଗଦାନ ଦେବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି। ମୁଫତି ପିଡିପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି କୁହାଯାଉଛି ଯେ, ଯେଉଁ ସମୟରେ ମୁସଲିମଙ୍କୁ ଟାର୍ଗେଟ୍ କରାଯାଉଛି, ଧର୍ମ ନାମରେ ସେମାନଙ୍କ ଦୋକାନ ଭଙ୍ଗା ଯାଉଛି, ସେହି ସମୟରେ ଏହି ଯାତ୍ରା ଏକ ସୁବର୍ଣ୍ଣ ସୁଯୋଗ। ଅମରନାଥ ଯାତ୍ରା ଜରିଆରେ ଭାଇଚାରାର ସନ୍ଦେଶ ଦିଆଯାଉ। ଏହି ଯାତ୍ରା ଜରିଆରେ ଆମେ ଦର୍ଶାଇ ଦେବା ଯେ ବାସ୍ତବରେ କାଶ୍ମୀରୀୟତ କଣ। ସେ ନିଜର ସମର୍ଥକଙ୍କୁ ଅପିଲ୍ କରି କହିଛନ୍ତି ଯେ, ସେମାନେ ଅମରନାଥ ଯାତ୍ରା ସମୟରେ ଭଲ ଆୟୋଜନ କରି ନିଜ ହିନ୍ଦୁ ଭାଇଙ୍କ ସ୍ଵାଗତ କରନ୍ତୁ।

ମୁଫତି କହିଛନ୍ତି, ସେମାନେ ଆମର ଅତିଥି ଏବଂ ଆମକୁ ସେମାନଙ୍କର ସ୍ଵାଗତ କରିବା ଉଚିତ୍। ଏହା ଆମର ପରମ୍ପରା। ମୁଁ ଆମର କାର୍ଯ୍ୟକର୍ତ୍ତାଙ୍କୁ ଅପିଲ୍ କରୁଛି ଯେ, ସେମାନେ ଏହି ଯାତ୍ରାକୁ ସଫଳ କରନ୍ତୁ। ସରକାରଙ୍କୁ ମଧ୍ୟ ଅପିଲ୍ ଯେ, ସେ ସ୍ଥାନୀୟ ଲୋକଙ୍କୁ ହଇରାଣ ହେବାକୁ ଦିଅନ୍ତୁ ନାହିଁ। ୨ ମାସ ପର‌୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଜୁଲାଇ ୧ରୁ ଆରମ୍ଭ ହେଉଛି।