Kanpur Train Incident: ଚଳନ୍ତା ଟ୍ରେନ୍ ତଳେ ପଡ଼ିଗଲେ ମହିଳା, ୩ଟି ବଗି ଅତିକ୍ରମ କରିବା ପରେ RPF ଯବାନଙ୍କ ଦ୍ୱାରା ଉଦ୍ଧାର!
ଉତ୍ତରପ୍ରଦେଶ: କାନପୁର ସେଣ୍ଟ୍ରାଲ ରେଳ ଷ୍ଟେସନରେ ଘଟିଛି ଏକ ଅଘଟଣ। ଚଳନ୍ତା ଟ୍ରେନ୍ରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ମହିଳା ପ୍ଲାଟଫର୍ମ ଓ ଟ୍ରେନ୍ ମଧ୍ୟରେ ପଡ଼ିଯାଇଥିଲେ। ଏହି ସମୟରେ ତାଙ୍କ ଉପର ଦେଇ ଗୋଟିଏ ପରେ ଗୋଟିଏ ତିନୋଟି ବଗି ଅତିକ୍ରମ କରିଥିଲା।
ଘଟଣା ଦେଖି ତୁରନ୍ତ RPF ଯବାନମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଯବାନଙ୍କ ଉପସ୍ଥିତ ବୁଦ୍ଧି ଓ ତତ୍ପରତା ଯୋଗୁଁ ମହିଳାଙ୍କ ଜୀବନ ରକ୍ଷା ହୋଇଥିବା ସୂଚନା ମିଳିଛି।
ଏହି ଘଟଣାର ଦୃଶ୍ୟ ଷ୍ଟେସନରେ ଲାଗିଥିବା CCTV କ୍ୟାମେରାରେ କଏଦ ହୋଇଛି। ଚଳନ୍ତା ଟ୍ରେନ୍ରେ ଚଢ଼ିବାକୁ ଉଦ୍ୟମ କରିବା କେତେ ବିପଜ୍ଜନକ ହୋଇପାରେ, ଏହି ଘଟଣା ତାହା ଦର୍ଶାଉଛି।

