Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବଳ ବର୍ଷିବ; ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇସାରିଛି ପ୍ରାକ୍ ମୌସୁମୀ ବର୍ଷା। ଏହାର ପ୍ରଭାବରେ ୧୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଗାମୀ ୩ଘଣ୍ଟା ଭିତରେ ୧୮ ଜିଲ୍ଲାରେ ବର୍ଷିବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରପଡା, ଭଦ୍ରକ, ଢେଙ୍କାନାଳ, ନୟାଗଡ, ଯାଜପୁର, ଗଜପତି, ଗଞ୍ଜାମ, ମୟୂରଭଞ୍ଜ କେନ୍ଦୁଝର ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

ସେହିପରି ବାଲେଶ୍ୱର , ବଲାଙ୍ଗୀର, ବରଗଡ, ସୋନପୁର ଓ ସମ୍ବଲପୁରରେ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଘଡଘଡି ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷ ସମ୍ଭାବନା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ