Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜିର ଦିନରେ ହ୍ୟାଟ୍ରିକ ନେଇଥିଲେ ମହମ୍ମଦ ଶାମି, ଦଳକୁ ହାରୁଥିବା ମ୍ୟାଚ୍ ଜିତାଇଥିଲେ

ନୂଆଦିଲ୍ଲୀ: ଭାରତୀୟ ଦଳର ତାରକା ବୋଲର ମହମ୍ମଦ ଶାମିଙ୍କ ପାଇଁ ଆଜିର ଦିନ ଅର୍ଥାତ ଜୁନ ୨୨ ବହୁତ ଖାସ୍ ରହିଛି। ସେ ଏହି ଦିନ ୨୦୧୯ ଦିନିକିଆ ବିଶ୍ଵକପରେ କେବଳ ହ୍ୟାଟ୍ରିକ ନେଇ ଚାଞ୍ଚଲ୍ୟ ଖେଳାଇ ନ ଥିଲେ ବରଂ ଦଳକୁ ହାରୁଥିବା ମ୍ୟାଚ୍ ଜିତାଇଥିଲେ। ଶାମି ଦିନିକିଆ ବିଶ୍ଵକପରେ ହ୍ୟାଟ୍ରିକ ନେବାରେ ଦ୍ଵିତୀୟ ଭାରତୀୟ ବୋଲର ହୋଇଥିଲେ। ତାଙ୍କ ପୂର୍ବରୁ ଚେତନ ଶର୍ମା ଏହି ସଫଳତା ହାସଲ କରିଥିଲେ।

ଶାମି ଏହି ହ୍ୟାଟ୍ରିକ ଆଫଗାନିସ୍ତାନ ବିପକ୍ଷରେ ହାସଲ କରିଥିଲେ। ଟୁର୍ଣ୍ଣାମେଣ୍ଟର ୨୮ତମ ମ୍ୟାଚରେ ଭାରତ ଦ୍ଵାରା ଧାର୍ଯ୍ୟ ୨୨୫ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଆଫଗାନିସ୍ତାନର ଆରମ୍ଭ ସେତେଟା ସନ୍ତୋଷଜନକ ନ ଥିଲା। ଦଳ ୧୦୬ ରନରେ ୪ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଆଫଗାନ ଅସଗର ଏବଂ ମହମ୍ମଦ ନବି ଦଳକୁ ସମ୍ଭାଳିବାକୁ ଉଦ୍ୟମ କରିଥିଲେ। ୟୁଜବେନ୍ଦ୍ର ଚହଲ ଅସଗରଙ୍କୁ ଆଉଟ୍ କରିଥିଲେ। ଏହାପ ରେ ନବି ନଜିବୁଲ୍ଲା ଏବଂ ରଶିଦ ଖାନଙ୍କ ସହିତ ଛୋଟ ଛୋଟ ଭାଗିଦାରୀ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ।

ମହମ୍ମଦ ନବି ନିଜର ଅର୍ଦ୍ଧଶତକ ପୂରା କରିଥିଲେ। ଶେଷ ଓଭରରେ ଆଫଗାନିସ୍ତାନକୁ ଜିତିବା ପାଇଁ ଦରକାର ଥିଲା ୧୬ ରନ। କ୍ରିଜରେ ନବି ୫୨ ରନ କରି ଅପରାଜିତ ଥିଲେ। ସେହି ସମୟରେ ଅଧିନାୟକ ବିରାଟ କୋହଲି ମହମ୍ମଦ ଶାମିଙ୍କୁ ଶେଷ ଓଭର ବୋଲିଂ କରିବାକୁ ଦେଇଥିଲେ। ପ୍ରଥମ ବଲରେ ନବି ଚୌକା ମାରିଥିଲେ। ପୁଣି ଦ୍ଵିତୀୟ ବଲ୍ ଡଟ୍ ହୋଇଥିଲା। ତୃତୀୟ ବଲରେ ନବି କ୍ୟାଚ୍ ଆଉଟ୍ ହୋଇଥିଲେ।

ଏହାର ପରବର୍ତ୍ତୀ ୨ଟି ବଲରେ ଶାମି ଆଫଗାନ ବ୍ୟାଟର ଅଫତାବ ଆଲମ ଏବ ମୁଜିବ ଉର ରେହମାନଙ୍କୁ ବୋଲ୍ଡ କରି ନିଜର ହ୍ୟାଟ୍ରିକ ପୂରା କରିଥିଲେ। ଏଥିସହ ଭାରତକୁ ୧୧ ରନରେ ବିଜୟୀ କରାଇଥିଲେ ମହମ୍ମଦ ଶାମି। ଏହି ମ୍ୟାଚରେ ସେ ୯.୫ ବଲରେ ୪ ଓ୍ଵିକେଟ୍ ନେଇ ୪୦ ରନ ଦେଇଥିଲେ। ଉକ୍ତ ବିଶ୍ଵକପରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା। ହେଲେ ଦଳ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ହାତରୁ ହାରିଥିଲା।