Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଳୁନି ସୌରିନଙ୍କ ପତ୍ତା; କୋଲକାତା ଘରୁ ନିରାଶ ହୋଇ ଫେରିଲା ପୋଲିସ

ଭୁବନେଶ୍ବର: କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲାର ତଦନ୍ତ କରୁଛି ପୋଲିସ। ସୌରିିନଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ଆଣିଥିଲେ ଜଣେ ମହିଳା କଣ୍ଠଶିଳ୍ପୀ। ପୋଲିସ ସୌରିିନଙ୍କ କଟକସ୍ଥିତ ବାସଭବନରେ ଖୋଳତାଡ କରିଥିଲେ ବି କୌଣସି ଖୋଜଖବର ମିଳିନଥିଲା। ଏଥିପାଇଁ ସୌରିନଙ୍କୁ ଖୋଜିବା ପାଇଁ କୋଲକାତା ବାସଭବନରେ ପହଞ୍ଚିଥିଲା ପୋଲିସ ଟିମ୍ । ସେଠି ବି ନିରାଶ ହୋଇଥିଲା ପୋଲିସ।

ସୂଚନା ଅନୁସାରେ ସୌରିନ ଦିଲ୍ଲୀରେ ଥିବାରୁ ତାଙ୍କ ସହ ଯୋଗାଯୋଗ କରାଯାଇପାରି ନଥିବା ଜଣାପଡିଛି । ଘଟଣା ନେଇ ପରିବାର ଲୋକେ କହିଛନ୍ତି କଟକର ଏକ ଯୁବତୀଙ୍କ ସହ ତାଙ୍କ ସମ୍ପର୍କ ଥିବା ସେମାନେ ଜାଣିଛନ୍ତି । ହେଲେ ସେ ଝିଅ ସୌରିନଙ୍କୁ ବ୍ଲାକମେଲ କରୁଛନ୍ତି ବୋଲି ଓଲଟା ଅଭିଯୋଗ ଆଣିଛନ୍ତି ସୌରିନଙ୍କ ପରିବାର ଲୋକେ । ସୌରିନ ଫେରିବା ପରେ ଖବର ଦେବାକୁ ପୋଲିସ ପକ୍ଷରୁ ପରିବାରକୁ କୁହାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ