Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ହାଇସ୍କୁଲର ପୁନଃନିର୍ମାଣ ପାଇଁ ୨ କୋଟି ୪୯ ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ସେହି ଛାତିଥରା ଦୃଶ୍ୟ ଏଯାଏ ମନରୁ ଲିଭିନି। ନିକଟରେ ଥିବା ବାହାନଗା ହାଇସ୍କୁଲରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ମରଶରୀର ରଖାଯାଇଥିଲା। ଯାହା ଫଳରେ ସ୍କୁଲ ଯାଇ ପିଲା ପାଠ ପଡିବାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଥିଲା। ତେବେ ବାହାନଗା ହାଇସ୍କୁଲର ପୁନଃନିର୍ମାଣ କରାଯିବ ।  ୫ଟି ଯୋଜନାରେ ଏହି ସ୍କୁଲର  ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୨ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି ।

ବାହାନଗା ରେଳଷ୍ଟେସନଠାରେ ସଂଗଠିତ ଭୟାବହ ରେଳ ଦୁର୍ଘଟଣା ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ବାହାନଗା ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ଯାତ୍ରୀଙ୍କ ଉଦ୍ଧାର ଓ ସେବା କାର୍ଯ୍ୟରେ ଯୋଗ ଦେଇଥିଲେ । ସେମାନଙ୍କ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ବାହାନଗା ହାଇସ୍କୁଲକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ କରାଯାଉଛି। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।