Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ ଦୁର୍ଘଟଣା, ଜଣେ ମୃତ, ଜଣେ ଗୁରୁତର

ଜମନକିରା : ଜମନକିରା ବ୍ଲକ ଫାଶିମାଲ ଆରଡି ରାସ୍ତା ଲଙ୍ଗାବାହାଲ ଗାଁ ଛକ ନିକଟ ବୁଲାଣିରେ ନିୟନ୍ତ୍ରଣ ହରାଇ ଏକ ବାଇକ ଗଛରେ ପିଟି ହେବା ଫଳରେ ଘଟଣା ସ୍ଥଳରେ ଚାଳକ ପ୍ରଫୁଲ୍ଲ କିଶାନ (୪୫)ଙ୍କ ମୃତ୍ୟୁ ହୋଇଥିବା ବେଳେ ଆରୋହୀ ଚୈତନ୍ୟ କିସାନ (୪୬) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଫାଶିମଲ ଡାକ୍ତରଖାନାରେ ନେଇ ଚିକିତ୍ସା ଚାଲିଛି। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ପୋଲିସ ସୂତ୍ରରୁ ସୂଚନା ଅନୁସାରେ, ଆଜି ଅପରାହ୍ନ ସାଢେ଼ ୧୨ଟା ସମୟ ପାଖାପାଖି ଜମନକିରା ବ୍ଲକ ଧୁଡିପାଲି ପଞ୍ଚାୟତ ଗୟାମାଳ ଗାଁର ପ୍ରଫୁଲ୍ଲ ଏବଂ ଚୈତନ୍ୟ ମିଶି ଏକ ବାଇକ ଯୋଗେ ଜମନକିରା ରୁ କାମ ସାରି ଫେରୁଥିବା ବେଳେ ଲଙ୍ଗାବାହାଲ ଛକ ନିକଟରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ବାଡ଼େଇ ହେଇଥିଲେ। ଫଳରେ ଘଟଣା ସ୍ଥଳରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡ଼ାକ୍ତରଖାନା ପଠେଇ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ