Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରାପଲ୍ଲୀ ରେ ମାଁ କାଳୀମୁଖୀ ମନ୍ଦିର ପ୍ରତିଷ୍ଠା

ଗୋପାଳପୁର ୨୨/୬, ଗୋପାଳପୁର ନିକଟସ୍ଥ କରାପଲ୍ଲୀ ଗ୍ରାମରେ ଆଜି ମା କାଳୀମୁଖୀ ମନ୍ଦିର ପ୍ରତିଷ୍ଠା ଆରମ୍ଭ ହୋଇଛି।ଏହି ଅବସରରେ ଆଖ ପାଖ ଅଞ୍ଚଳରୁ ବହୁ ମହିଳା ଓ ପୁରୁଷ ମାନେ ନୂତନ ବସ୍ତ୍ର ପିନ୍ଧି ଗୋପାଳପୁର ବେଳାଭୂମି ରେ ବରୁଣ ପୂଜା, ଲବଣlଧି ସପ୍ତ ସମୁଦ୍ର ପୂଜା,ତୀର୍ଥ ନଦୀ କୁ ଆବାହନ କରି ସମୁଦ୍ରଜଳ ଧରି ନଗର ପରିକ୍ରମା କରି ମନ୍ଦିର ରେ ସ୍ଥାପନ କରିଥିଲେ।ପୁରୋହିତ ବିପିନ ଚନ୍ଦ୍ର ପାଢ଼ୀ, ଦୂଖି ଶ୍ୟାମ ପାଳ,ରାମାନୁଜ ପାଢ଼ୀ,ସତ୍ୟ ନାରାୟଣ ପାଳ,ଅଶ୍ଵିନୀ ପାଢ଼ୀ, ପ୍ରସନ୍ନ କୁମାର ପଣ୍ଡା ପୂଜା ଅର୍ଚ୍ଚନା ର ଦାୟିତ୍ଵ ତୁଲାଇଥିଲେ।ଜଳ ଯାତ୍ରା ରେ ମନ୍ଦିର କମିଟି ଓ ଗ୍ରାମ୍ୟ କମିଟି ର ବହୁ ସଦସ୍ୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories