Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଢାଖମନ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ପରଲୋକ

ତରଭା: ତରଭା ବ୍ଲକ ଚାରଭଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଡ଼ାଖମନ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପାତ୍ର (୫୦)ଙ୍କ ଗୁରୁବାର ହୃଦଘାତରେ ଦେହାନ୍ତ ହୋଇଯାଇଛି। ଚାରଭଟା ସ୍ଥିତ ନିଜ ବାସଭବନରେ ଆଜି ସକାଳୁ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ଚାରଭଟା ଡାକ୍ତର ଖାନକୁ ନେଇଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପୂର୍ବତନ ବ୍ଲକ ଅଧକ୍ଷ ହୃଦାନନ୍ଦ ପାତ୍ର, ପ୍ରଭାତ ପାତ୍ର ଘନଶ୍ୟମ ଡାଙ୍ଗଙ୍କ ସମେତ ଗ୍ରାମବାସୀ, ବନ୍ଧୁ ପରିଜନ ତଥା ତରଭା ବ୍ଲକର ଶିକ୍ଷକ ପ୍ରହଲ୍ଲାଦ ଚୌହାନ, ପ୍ରଦ୍ୟୁମ୍ନ ମହାନ୍ତି , ଶରତ ସୁନା, ସୁରେଶ ପାଣ୍ଡେ,ରୋହିତ କୁଆଁର, ନୀଳକଣ୍ଠ ବଗର୍ତି, ଧୂବଳ ପଧାନ, ସୁଶାନ୍ତ ମେହେର, ଶରତ ଦୀପ, ଅରୁଣ ନାଏକ, ବିନୋଦ ସାହୁ, ରମେଶ ମିଶ୍ର ସ୍ବର୍ଗତ ପାତ୍ରଙ୍କ ଶେଷ ଦର୍ଶନ କରିଥିଲେ। ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କର ଏକମାତ୍ର ପୁତ୍ର ସ୍ୱସ୍ତିକ ମୁଖାଗ୍ନି ଦେଇଥିଲେ।ନିରଞ୍ଜନଙ୍କ ବିୟୋଗ ଅଞ୍ଚଳ ତଥା ଶିକ୍ଷକ ମହଲରେ ଶୋକର ଛାୟା ଖେଳାଇ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ