Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାମାଟି ପଞ୍ଚାୟତକୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଗ୍ରସ୍ତ

ଚିପିଲିମା,୨୨/୦୬
ବିଜ୍ଞାନ,କାରିଗରୀ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ବଲପୁର ଗ୍ରସ୍ତରେ ଆସିଥିଲେ।ଏହି ଅବସରରେ ଧନକଉଡା ବ୍ଲକ କଲାମାଟି ପଞ୍ଚାୟତ ଗୋଶାଳା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ବ୍ଲକ ପକ୍ଷରୁ ଆୟୋଜନ ହୋଇଥିବା କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।ରାଜ୍ୟ ସରକାରଙ୍କ ସାମାଜିକ ସଶକ୍ତିକରଣ ଦ୍ବାରା ଆୟୋଜିତ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରିଥିଲେ l ଏହି ଅବସରରେ ୨ଜଣ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ହୁଇଲ ଚେୟାର ପ୍ରଦାନ କରିବା ସହ ୫ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏହା ବ୍ୟତୀତ ହିତାଧିକାରୀମାନେ ବ୍ୟାଙ୍କ ରୁ ଭତ୍ତା ଆଣିବା ସମୟରେ ନାହିଁ ନଥିବା ଅସୁବିଧା ହେଉଥିବା ରୁ ପୂର୍ବରୁ ଯେପରି ନିୟମିତ ଭାବରେ ପଞ୍ଚାୟତ ର କାର୍ଯ୍ୟାଳୟ ରୁ ମାସିକ ଭତ୍ତା ପାଇବେ ସେନେଇ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ l ମନ୍ତ୍ରୀ ସେମାନଙ୍କ କଥା ଶୁଣିବା ସହ କିଛି ଭିନ୍ନକ୍ଷମ ହିତାଧିକାରୀଙ୍କ ଘରକୁ ଯାଇ ଭତ୍ତା ପ୍ରଦାନ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଜୀବ କୁମାର ପଟେଲ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ଅବସରରେ ଗୋଶାଳା ବିଜେଡି ମଣ୍ଡଳ ପକ୍ଷରୁ ମନ୍ତ୍ରୀ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସୁରକ୍ଷା ଅଧିକାରୀ ଭବାନୀ କୁମ୍ଭାର, ଗ୍ରାମପଞ୍ଚାୟତ ଅଧିକାରୀ ଦୁଷ୍ମନ୍ତ ଧରୁଆ,ପଞ୍ଚାୟତ ନାଏଵ ସରପଞ୍ଚ ସୁଶିଳା ଭୁଏ ପ୍ରମୁଖ ସହ ଅଞ୍ଚଳ ର ବିଜେଡି କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories