Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପଦରେ ଗଣତନ୍ତ୍ର: ଏକାଠି ହେଲେ ମାନେଶ୍ୱର ସରପଞ୍ଚ୍

ସମ୍ବଲପୁର(ମାନେଶ୍ୱର):ଅସହାୟ ହେଲେଣି ତୃଣମୂଳ ଜନ ପ୍ରତିନିଧି । ସରକାରଙ୍କ କୌଣସି ଯୋଜନା ସେମାନେ ଜାଣୁନାହାନ୍ତି । ସେମାନଙ୍କୁ ଅବମାନା କରାଯାଉଛି। ସରପଞ୍ଚ୍ ହେଲେବି ତାଙ୍କ ପ୍ରତି ସାମାନ୍ୟତମ ସୌଜନ୍ୟତା ରଖାଯାଉନି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,ଯୋଗାଣ ସହାୟକ ଓ ଗ୍ରାମ ରୋଜଗାର ସାଥି ମାନଙ୍କୁ ଧରି ସରକାରୀ ଯୋଜନା କାର୍ଯ୍ୟକାରୀ କରାଇ ସରପଞ୍ଚ୍ ମାନଙ୍କୁ ଅବମାନନା କରାଯାଉଥିବା ନେଇ ଆଜି ମାନେଶ୍ୱର ବ୍ଲକ ବିଡିଓଙ୍କ ନିକଟରେ ବ୍ଲକ୍ ର ୧୨ ସରପଞ୍ଚ୍ ମିଳିତ ଅଭିଯୋଗ କରି ୭ ଦିନର ମହଲତ ମାଗିଛନ୍ତି।ନଚେତ ସେମାନେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେବେ ବୋଲି ବିଡିଓଙ୍କୁ ଦିଆଯାଇଥିବା ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି । ଏଭଳି ଗଣତନ୍ତ୍ର ପ୍ରତି ବିପଦର ପ୍ରତିବିମ୍ବ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ରେ। ଆଜି ବ୍ଲକ୍ ର ମୋଟ ୧୨ ଜଣ ସରପଞ୍ଚ୍ ଏକାଠି ହୋଇ ମାନେଶ୍ୱର ବିଡିଓଙ୍କୁ ସେମାନଙ୍କ ମନକଥା କହି ସରକାରୀ ଯୋଜନାରେ ସାମିଲ କରିବା ଭଳି ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି। ଏମିତିରେ ବି ଜିଲ୍ଲାର ପ୍ରତି ବ୍ଲକ ଓ ଜିଲ୍ଲାରେ ସରପଞ୍ଚ୍ ସଂଘ ରହିଛି। ସେମାନଙ୍କ ମଧ୍ୟରୁ ଶାସକ ଦଳର ଅଧିକାଂଶ ମୋହରମରା ଜନ ପ୍ରତିନିଧି । ତଥାପି ସେମାନେ ଅସହାୟ ଭଳି ଏକ ଚରମବାଣୀ ବିଡିଓଙ୍କୁ ଦେଇ ସରକାରଙ୍କୁ ଏକ ଅଡୁଆଘଣାରେ କେବଳ ପକାଇ ନାହାଁନ୍ତି ବରଂ ପ୍ରଶାସନିକ କଳର ମଧ୍ୟ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ହସ୍ତକ୍ଷେପ ରହିଥିବା ଭଲି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଅର୍ଥାତ୍ ଗ୍ରାମ ସଭା,ପଲ୍ଲୀସଭାର ମଧ୍ୟ କୌଣସି ଗୁରୁତ୍ୱ ନଥିବା ଏଥୁରୁ ଅନୁମାନ ହେଉଛି । ଯେଉଁଥି ପାଇଁ ମାନେଶ୍ୱର ବ୍ଲକ୍ ର ମୋଟ ୧୨ ଜଣ ସରପଞ୍ଚ୍ ମିଳିତ ଭାବେ ୭ ଦିନ ମଧ୍ୟରେ ଆପୋଷ ବୁଝାମଣା ନହେଲେ ବ୍ଲକ୍ ର କୌଣସି ସଭା ସମିତିର ପାଦ ମାଡିବେନି ଓ ଉପର ମହଳକୁ ଯିବା ପାଇଁ ଗଣମାଧ୍ୟମ ଜରିଆରେ ଚେତାବନି ଶୁଣାଇଛନ୍ତି ।ଏହି ସ୍ୱାରକ ପତ୍ରରେ ସଞ୍ଜିବ କୁମାର ପୁଜାରୀ(ଡକରା),ଲଲିତା ପ୍ରଧାନ (ଧମା),ପ୍ରତିମା ସାହୁ(ନୂଆଁତିହୁରା),ସରସ୍ବତୀ ରାଉତ (ଦେଓଗାଁ), ଇଲାବତୀ ପୂଝାରୀ(ହୁମା),ପ୍ରଭାସୀନି ହୋତା (ବରଗାଁ),ସୁପ୍ରଭା ବେହରା(ଭିକମପୁର),ମହେନ୍ଦ୍ର କୁମାର ନାଏକ(ପରମାଣପୁର),ନେତ୍ରାନନ୍ଦ ବିଶ୍ୱାଲ (ବଦୁଆପାଲି),ଦିବାକର ବିଶ୍ୱାଲ(ସାହାସପୁର) ପ୍ରମୁଖ ସରପଞ୍ଚଙ୍କ ଦସ୍ତଖତ ରହିଛି। ଏହି ସ୍ମାରକ ପତ୍ର ଜିଲ୍ଲାରେ କେବଳ ଆଲୋଚନାର ବିଷୟ ପାଲଟି ନାହିଁ ବରଂ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ନଗ୍ନ ନମୁନା ମାନେଶ୍ୱର ସାମ୍ନାକୁ ଆଣି ଗଣତନ୍ତ୍ର କେତେ ବିପଦ ତାହା ପ୍ରମାଣିତ କରିଥିବା ସାରା ଜିଲ୍ଲାରେ ଚର୍ଚାର ବିଷୟ ପାଲଟିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ