Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନଡ୍ଡାଙ୍କ କର୍ଣ୍ଣମନ୍ତ୍ର: ମୋଦୀଙ୍କ ଜନକଲ୍ୟାଣ ଯୋଜନା ସଭିଙ୍କୁ ବାଣ୍ଟ

ସମ୍ବଲପୁର (ବୁର୍ଲା):ଏମ୍.ସି.ଏଲ୍ ଅତିଥି ଭବନ ରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ବିଜେପି କାର୍ଯ୍ୟକର୍ତ୍ତା ଓ ପଦାଧିକାରୀଙ୍କ ସହ ବିଜେପିର ରାଷ୍ଟ୍ରୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଆଜି ଏକ ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦେଶ ଭାଜପା ସଭାପତି ମନ ମୋହନ ସାମଲ, ବରଗଡ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ନାଉରୀ ନାୟକ, ଜିଲ୍ଲା ଭାଜପା ସଭାପତି ଗିରିଶ ପଟେଲ, ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।ନଡ୍ଡାଙ୍କ ୨ ଦିନିଆଁ ଓଡିଶା ଗସ୍ତ ସମୟରେ ଆଜି ବୁର୍ଲା ଅଶୋକ ନିବାସରେ ରାତ୍ର ରହଣୀ ସମୟରେ ଏହି ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ସକାଳେ କଲାହାଣ୍ଡି ଜିଲ୍ଲା ଭବାନିପାଟନା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ପରିଚୟ ପ୍ରଦାନ କାର୍ଯ୍ୟକ୍ରମରେ ମୋଦୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ଭାରତୀୟ ଜନତା ପାର୍ଟି ସଂଗଠନ କୁ ଆହୁରି ମଜଭୂତ ଓ ସକ୍ରିୟ କରିବା ପାଇଁ ଶ୍ରୀଯୁକ୍ତ ନଡ୍ଡା ଆହ୍ବାନ ଦେଇ ଲୋକଙ୍କ ପ୍ରିୟ ଭାଜନ କିପରି ହୋଇପାରିବା ସେ ଦିଗରେ ତୃଣ ମୂଳ ସ୍ତରରୁ କାର୍ଯ୍ୟ କରିବାକୁୂ ଉପସ୍ଥିତ ବିଜେପି କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ