Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଶିଶୁ ମନ୍ଦିରରେ ରକ୍ତ ଦାନ ଶିବିର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରସ୍ବତି ଶିଶୁ ମନ୍ଦିର ପରିସର ରେ ଗୁରୁବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ମାହେଶ୍ୱରୀ ସେନା ର ସକ୍ରିୟ ସଦସ୍ୟ ଅଜିତ ମହାକୁର ଙ୍କ ଆକସ୍ମିକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଥିଲା।ତାଙ୍କର ଆତ୍ମାର ସଦଗତି ସହିତ ବାଲେଶ୍ଵର ଜିଲ୍ଲା ବ‍ହାନାଗାରେ ଘଟିଥିବା ଟ୍ରେନ ଦୁର୍ଘଟଣା ମୃତ ଯାତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଉକ୍ତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସର ରେ ମାହେଶ୍ବରି ସେନା ଦ୍ବାରା ଆୟୋଜିତ ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ଡୋଲାମଣି ଭୋଇ ଏବଂ ବରିଷ୍ଠ ନାଗରୀକ ସଙ୍ଗଠନ ର ସଭାପତି ଡଃ.ପ୍ରଫୁଲ୍ଲ କୁମାର ରଥ, ଜିଲ୍ଲା କୃଷକ ସଙ୍ଗଠନ ର ସଭାପତି ବୈକୁଣ୍ଠନାଥ ଶତପଥୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହା ସହିତ ସେନା ର ସକ୍ରିୟ ସଦସ୍ୟ ଅଜିତ ମହାକୁରଙ୍କ ନିସ୍ୱାର୍ଥପର ସେବାମନବୃତିକୁ ପ୍ରଶଂସା କରିଥିଲେ ଏବଂ ବାହାନାଗାରେ ଘଟିଯାଇଥିବା ଦୁଃଖଦ ଘଟଣାରେ ମୃତ୍ୟବରଣ କରିଥିବା ଯାତ୍ରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସ୍ମୃତି ପାଇଁ ରକ୍ତଦାନ ଆୟୋଜନ ଏକ ମହତ ଉଦ୍ଦେଶ୍ୟ କୁ ପ୍ରସଂଶା କରିଥିଲେ । ଶିବିର ରେ ମୋଟ ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ , ମାହେଶ୍ୱରୀ ସେନା, ଜିଲ୍ଲା ରକ୍ତଦାତା ସଂଘ ଓ ସ୍ଥାନୀୟ ବିଦ୍ୟାମନ୍ଦିର ଗୁରୁଜୀ, ରକ୍ତ ସଂଯୋଜକ ସୁଧାଂଶୁ କର୍ଣ୍ଣ ପ୍ରମୁଖ ସହଯୋଗ କରିଥିଲେ । ଡ଼. ବିଶ୍ଵନାଥ ରଥ ରକ୍ତ ଦାତା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଟେକ୍ନିସିଏନ ଟିଟୁ ଭୋଇ , କାଉନସିଲର ଜଗତ ଦରୁଅନ, ଯୁଧିଷ୍ଠିର ନାଏକ ରକ୍ତ ସଂଗ୍ରହ କରିଥିଲେ।ଶେଷ ରେ ଜିଲ୍ଲା ରକ୍ତ ଦାତା ସଂଘ ସଭାପତି ମନୋଜ ପଣ୍ଡା ସମସ୍ତ ରକ୍ତ ଦାତା ଙ୍କୁ ପ୍ରମାଣପତ୍ର ଦେଇ ଉସାହିତ କରିଥିଲେ। ଜିତେନ୍ଦ୍ର ମେଣ୍ଡିଲି , ବିକାଶ ମହାକୁର, ଚୈତନ୍ୟ ପ୍ରଧାନ , ବିକାଶ ମହାକୁର
, ଅର୍ଜୁନ ପଧାନ ,ତପନ୍ ନାଏକ
ସୁବ୍ରତ କର୍ଣ୍ଣ, ଅର୍ଜୁନ ପଧାନ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ