Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଡ଼ିରେ HSRP ଲଗାଇନଥିଲେ ଦେବେ ମୋଟା ଅଙ୍କର ଫାଇନ୍‌; ଆଜିଠୁ ଆରମ୍ଭ ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ବର: ଗାଡ଼ିରେ HSRP ଲଗାଇନଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜିଠୁ ଲାଗୁ ‌ହେବ ନୂଆ ନିୟମ। ନିୟମ ଉଲ୍ଲଂଘନ କଲେ ଭରିବେ ମୋଟା ଅଙ୍କର ଫାଇନ୍ । ଯେଉଁ ଗାଡିରେ HSRP ନଥିବ ସେହି ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବ। ଏହାସହ ଫାଇନ୍‌ ବାବଦକୁ ୫ ହଜାରରୁ ୧୦ ହଜାର ଟଙ୍କା ଆଦାୟ କରାଯିବ । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୨୦୨୩ ଜୁନ ୭ ସୁଦ୍ଧା ମୋଟ୍ ୪୦ ଲକ୍ଷ ୯୩ ହଜାର ୬୦୮ ଗାଡ଼ି ସ୍ଲଟ ବୁକିଂ ହୋଇଛି । ସେଥିମଧ୍ୟରୁ ୩୫ ଲକ୍ଷ ୮୭ ହଜାର ୫୭୭ ଗାଡ଼ିରେ ଏଚଏସଆରପି ଲଗାଯାଇଛି । କଡା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଯାନବାହାନ ମାଲିକଙ୍କୁ HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ