Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଳଛତ୍ର ଅବସ୍ଥା ବେହାଲ, ମାଠିଆ ଅଛି ପାଣିଦେବାକୁ ଲୋକ ନାହାଁନ୍ତି

ଚିପିଲିମା: ଖରାଦିନରେ ବାଟୋଇ ତଥା ଜନସାଧାରଣଙ୍କୁ ପିଇବା ପାଣି ବୁନ୍ଦାଏ ଯୋଗାଇବାକୁ ପ୍ରତି ପଞ୍ଚାୟତ ପକ୍ଷ୍ୟରୁ ପ୍ରତି ଛକ ମାନଙ୍କରେ ଜଳଛତ୍ର ମାନ ଖୋଲିବା ସହିତ ପାଣି ଦେବାକୁ ଲୋକ ମଧ୍ୟ ନିଯୁକ୍ତ ହୋଇଥାନ୍ତି।ହେଲେ ସ୍ଥାନୀୟ ସରପଞ୍ଚ ତଥା ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ଯୋଗୁଁ ସେଗୁଡିକ ଫଳପ୍ରଦ ହୋଇପାରୁନାହିଁ।କେଉଁଠି ମାଠିଆ ଅଛି ତ ପାଣିନାହିଁ, କେଉଁଠି ପାଣି ମାଠିଆ ଅଛି ତ କେଉଁଠି ପାଣି ଦେବାକୁ ଲୋକ ନାହାଁନ୍ତି, ଏପରି ଅନେକ କିଛି ସମସ୍ୟା।ହେଲେ ଜଳ ଛତ୍ର ଋତୁ ଶେଷହେଲେ ସବୁ ପାଣିଛତ୍ର ର ସମସ୍ତ ବିଲ ପାସ ହୋଇଯାଇଥାଏ ।ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କୁଦଗୁଣ୍ଡେରପୁର ପଞ୍ଚାୟତ ବ୍ରିଜ ନିକଟରେ ଜଳଛତ୍ର ଦିଆଯାଇଛି, ପାଣି ଦେବାକୁ ଲୋକନାହାଁନ୍ତି।ଏନେଇ ଜନସାଧାରଣ ରେ ନାନାଦି ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଥିବାବେଳେ, ବିଲ ପାସ ହେଲାବେଳକୁ କଣ ହେଉଛି ଦେଖିବାକୁ ବାକିରହିଲା।ଏନେଇ ଏହାର ତଦନ୍ତ ପାଇଁ ସଚେତନ ମହଲରେ ଦାବିହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories