Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ୍ ଆଘାତରେ ଜୀବନ ହାରିଲେ ଶାଶୁ ବୋହୂ

ସମ୍ବଲପୁର: ଯିଯୋମୁରା ବ୍ଲକ୍ ଲିପିଣ୍ଡା ପଞ୍ଚାୟତର ଦାବତଇଲା ଗ୍ରାମରେ ବିଦ୍ୟୁତ ଆଘାତରେ ଆସି ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି । ଉଭୟେ ସଂପର୍କରେ କାକିଶାଶୁ ଓ ପୁତୁରା ବୋହୂ ହେବେ।ମୃତ୍ୟୁର କାରଣ ଥାନାରେ ଦିଆଯାଇଥିବା ୨ଟି ପୃଥକ ଏଫଆଇଆରରେ ବିଜୁଳି ବଲ ଲଗାଇବା ସମୟରେ ହଠାତ୍ ବିଜୁଳି ଆସିଯିବାରୁ ଶାଶୁ ଏହି ଦୁର୍ଘଟଣାର ଶିକାର ହେବାରୁ ଘରକୁ ଆସିଥିବା ବୋହୂ ଉଦ୍ଦାର ପାଇଁ ଚେଷ୍ଟା କରୁ କରୁ ୨ ଜଣ ଯାକ ଏହା ସଂଶର୍ପରେ ଆସି ଅଚେତ ହୋଇପଡିବାରୁ ତୁରନ୍ତ ଯୁଯମୁରା ଡାକ୍ତରଖାନାଲୁ ନେବା ପରେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିବା ନେଇ ଉଭୟ ଏଫଆଇଆରରେ ଦର୍ଶା ଯାଇଛି । ବିଦ୍ୟୁତ୍ ଆଘାତରେ ଶୀକାର ହୋଇଥିବା ଗ୍ରାମର ନୃପ ମିର୍ଦ୍ଧାଙ୍କ ସ୍ତ୍ରୀ ସତ ମିର୍ଦ୍ଧା(୪୦) ଓ ଚତୁର୍ଭୁଜ ମିର୍ଦ୍ଧାଙ୍କ ସ୍ତ୍ରୀ ପଦ୍ମନୀ ମିର୍ଦ୍ଧା ବୋଲି ଜଣାପଡିଛି। ସତ ବଲ ଲାଗାଇବାକୁ ଯାଇ ଛଟପଟ ହେବାରୁ ପଦ୍ମିନୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେବି ଏହି ଘଟଣାର ଶୀକାର ହୋଇଥିଲେ। ଏହି ଘଟଣାକୁ ନେଇ ମୃତ ମହିଳା ମାନଙ୍କ ସ୍ୱାମୀ ପୃଥକ ୨ ଟି ମାମଲା ଯୁଯୋମୁରା ଥାନାରେ ଋଜୁ କରିଛନ୍ତି । ତେବେ ଏହା ବଲ୍ ଲଗାଇବାକୁ ନେଇ ଘଟିଥିବା ଘଟଣା ସହସ୍ୟ ଜନକ ଓ ଏହାର କାରଣ ଭିନ୍ନ ବୋଲି ଅନୁମାନ କରାଯାଉଛି।ତେବେ ମୋଟର ପମ୍ପ ଜନିତ କାରଣ ବୋଲି ସାରା ଅଞ୍ଚଳରେ ଚର୍ଚା ହେଉଛି । ଅପର ପକ୍ଷରେ ମୃତ୍ୟୁର କାରଣ କଣ ବୋଲି ପୋଲିସକୁ ପଚାରିବାରୁ ବିଦ୍ୟୁତ ଆଘାତ ଜନିତ ମୃତ୍ୟୁର କାରଣ କିନ୍ତୁ ମୃତ୍ୟୁ କେମିତି ହେଲା ତଦନ୍ତ ପରେ ଜଣାପଡିବ ବୋଲି ଯୁଯୋମୁରା ଥାନା ଆଇଆଇସି ପ୍ରଶାନ୍ତ କୁମାର ଗଡନାୟକ କହିଛନ୍ତି। ପୋଲିସ ଘଟଣାର ଅଧିକ ତଦନ୍ତ ଚଲାଇ ଥିବା ବେଳେ ଏକ ନିରୀହ ଆଦିବାସୀ ପରିବାରର କାକି ଶାଶୁ ଓ ବୋହୂଙ୍କ ଏହି ଅକାଳ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ