Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ଡଟ୍ ନ୍ୟୁଜ ପ୍ରଭାବ:ଟୋଲ ପ୍ଲାଜାରୁ ହଟିଲା ଗଞ୍ଜେଇ ଗଛ

ସମ୍ବଲପୁର: ସମ୍ବଲପୁର ତିଲେଇବଣି ଜାତୀୟ ରାଜପଥର ଟୋଲପ୍ଲଜା ନିକଟରେ ଗଞ୍ଜେଇଗଛ ଥିବା ନେଇ ଫଟୋସହ ଖବର ପ୍ରକାଶ ପାଇବାର ୨୪ ଘଣ୍ଟା ଭିତରେ ଏହା ସଫା ହୋଇଯାଇଛି । ଏଭଳି ଖବର ସାରା ସହରରେ କେବଳ ଚର୍ଚା ହୋଇନଥିଲା ବରଂ ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ କର୍ତ୍ତୁପକ୍ଷଙ୍କ ନିଦ ହଜାଇ ଦେଇଥିଲା । ଖବର ପକାଶ ପାଉ ପାଉ ବିଭିନ୍ନ ବିଭାଗ ମଧ୍ୟରେ ତତ୍ପରତା ଦେଖାଦେଇ ରାସ୍ତା କଡରୁ ତାକୁ ଓପାଡି ପୋଡି ଦିଆଯାଇଥିଲା । ଯେଉଁ ଗଛକୁ ନେଇ ପ୍ରଶ୍ନ ହେବା ପରେ କର୍ତ୍ତୁପକ୍ଷ ହାଲୁକା ଭାବେ ଗ୍ରହଣ କରି ଗଣମାଧ୍ୟମ ପ୍ରତିନିଧିକୁ ଅଟ୍ଟହାସ୍ୟ କରୁଥିଲେ ଶେଷରେ ସେମାନେ ସେହି ଗାତରୁ ମୁକୁଳିବାକୁ ମୂଳରୁ ଗଛ ଓପାଡି ଜାଳି ଦେବା ସହ ଟୋଲପ୍ଲାଜା ଆଞ୍ଚଳକୁ ନିଶାମୁକ୍ତ ନିଷିଦ୍ଧାଞ୍ଚଳ ଭାବେ ସବୁ କର୍ମଚାରୀ ମାନଙ୍କୁ ମାନିବାକୁ କଡା ଚେତାବନି ଦିଆଯାଇଥିବା ବେଳେ ଜଣେ ନିଶାଶକ୍ତ ହୋଇ ସବୁ ସମୟରେ ରହିଥିବା କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦିଆଯାଇଥିବାବି ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ