Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ଭିସ ରୋଡ ଓ ବିଶ୍ରାମ ଗାର ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ପୁଡାପଡା ଗ୍ରାମବାସୀ ହେଲେ ଫେରାଦ

ସମ୍ବଲପୁର : ସମ୍ବଲପୁର ତିଲେଇବଣି ଜାତୀୟ ରାଜପଥର ପୁଡାପଡା (ନିଲଡୁଙ୍ଗରୀ) ଟୋଲ ପ୍ଳାଜା ସନ୍ନିକଟ ପୁଡାପଡା ଗ୍ରାମବାସୀ ଆଜି ଜାତୀୟ ରାଜପଥ ଦୋହରୀକରଣର ଶୀକାର ହେବା ନେଇ ଜିଲ୍ଲାପାଳ ଓ ଏନଏଏଚଆଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନେହୂରା ହୋଇଛନ୍ତି । ପ୍ଲାଜା ନିର୍ମାଣ ହେବାପରେ ତାଙ୍କ ଗାଁକୁ ଥିବା ରାସ୍ତା ବନ୍ଦ କରାଯାଇ ଏକ ବଙ୍କା ସର୍ଭିସ ରୋଡ ଦେଇଥିଲେ ମଧ୍ୟ ତାହା ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି। ଏହି ରାସ୍ତାକୁ ଅଧପନ୍ତରିଆ ଭାବେ ଛାଡି ଦେଇଥିବାରୁ ବାରମ୍ବାର ଛୋଟ ବଡ ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ପୁଣି ରାସ୍ତା କଡରୁ ବଡ ବଡ ଗଛ ସବୁ କାଟି ଦିଆଯାଇଥିବା ବେଳେ ଜାତୀୟ ରାଜପଥ କଡରେ ଥିବା ବିଶ୍ରାମ ଗାରକୁ ମଧ୍ୟ ରାସ୍ତା ଦୋହରୀକରଣ ବେଳେ ମାଟିରେ ମିଶାଇ ଦିଆଯାଇଛି । ଖରା ବର୍ଷା ଶୀତ ଯାତ୍ରୀଙ୍କ ପାଇଁ କାଳ ସାଜୁଥିବା ବେଳେ ବିଶ୍ରାମ କକ୍ଷର ନିର୍ମାଣକୁ ଗୁରୁତ୍ୱ ଦିଆଯାଉଛି । ଏହି ୨ ଅଭିଯୋଗ ନେଇ ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଏଡିଏମ୍(ସାଧାରଣ)ଅଜାମ୍ବର ମହାନ୍ତି ଓ ଏନଏଏଚଆଇ ପିଡି ନାଗେଶ୍ୱର ରାଓଙ୍କୁ ଭେଟି ଏହି ସମସ୍ୟାର ସମାଧାନ କରିବାକୁ ଦାବି ଉପସ୍ଥାପନା କରିବା ସହିତ ଲିଖିତ ଜଣାଇଛନ୍ତି। ପ୍ରତ୍ୟକ୍ଷ ଅନୁସନ୍ଧାନ କରି ବିହୀତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉଭୟ ଅଧିକାରୀ କହିଛନ୍ତି । ତେବେ ପୁଡାପଡା ଗ୍ରାମକୁ ଜାଣିଶୁଣି ବିପଦ ଭିତରେ ବିଭାଗୀୟ କର୍ତ୍ତୁପକ୍ଷ ଛାଡିଦେଇଥିବା ସେହି ମହଳରୁ ଗନ୍ଧ ବାହାରିଛି । ସାମ୍ନାରେ ପ୍ଲାଜା ଥିବାରୁ ଏହି ସର୍ଭିସ ରୋଡ ହୋଇଗଲେ କାଳେ ଗ୍ରାମ ଦେଇ ୪ ଚକିଆ ଗାଡି ଗୁଡିକ ପାରି ହୋଇଯିବ ବୋଲି ଏହାକୁ ପକାଇ ରଖି ଏଭଳି ମରଣ ମୁଖକୁ ଠେଲି ଦିଆଯାଇ ରାସ୍ତା ନିର୍ମାଣରେ ବିଳମ୍ବ ଘଟିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାହାମ ଗ୍ରାମ ପଞ୍ଚାୟତର ସରପଞ୍ଚ ସରସ୍ୱତୀ ଭୋସାଗରଙ୍କ ନେତୃତ୍ୱରେ ଏହି ଅଭିଯୋଗ ପତ୍ର ପ୍ରଦାନ କରି ଏଥିରେ ବିଳମ୍ଭ ହେଲେ ଗ୍ରାମବାସୀ ରାସ୍ତାକୁ ଓଲ୍ଲେଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଶୁଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ