Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ଫ୍ଲୋରେନ୍ସ ନାଇଟରଙ୍ଗଲ୍ ସମ୍ମାନରେ ସମ୍ମାନିତ ସେବିକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କଠାରୁ ‘ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ୍’ ସମ୍ମାନରେ ସମ୍ମାନିତ ଓଡ଼ିଶାର ୨ଜଣ ସେବିକା ଶ୍ରୀମତୀ ସେବତୀ ସାହୁ ଓ ଶ୍ରୀମତୀ ମଞ୍ଜୁଲତା ମହାରଣାଙ୍କୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଶୁଭେଚ୍ଛା ଜଣାଉଛି। ଅନେକ ମୂଲ୍ୟବାନ ଜୀବନ ସୁରକ୍ଷାରେ ସେମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୟୁଟର ପେଜରେ ଉଲ୍ଲେଖ କରି ଏହି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଶୁଭେଚ୍ଛା କେବଳ ସେବିକା ନୁହଁନ୍ତି ବରଂ ପାରାମେଡିକଲ ଓ ଡାକ୍ତରଙ୍କ ଭଳି ଚିକିତ୍ସା ସେବାରେ ନିୟୋଜିତ କର୍ମଚାରୀଙ୍କ ଆତ୍ମବଳ ବୃଦ୍ଧି କରାଇବାରେ ବେଶ ସହାୟକ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ