Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ରଣଜୀ ଟ୍ରଫିର କୌଣସି ଫାଇଦା ନାହିଁ’, ସରଫରାଜଙ୍କ ଚୟନ ନ ହେବାରୁ କ୍ଷୁବ୍ଧ ହେଲେ ଗାଭାସ୍କର

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତର ଦିନିକିଆ ଏବଂ ଟେଷ୍ଟ ଦଳ ଘୋଷଣା କରାଯାଇଛି। ତେବେ ଟେଷ୍ଟ ଦଳରେ ଏଥର ମଧ୍ୟ ଘରୋଇ କ୍ରିକେଟରେ ରନ ବର୍ଷା କରିଥିବା ସରଫରାଜ ଖାନଙ୍କୁ ସାମିଲ୍ କରାଯାଇ ନାହିଁ। ଚୟନକର୍ତ୍ତାଙ୍କ ଏମିତି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ସୁନୀଲ ଗାଭାସ୍କର। ସରଫରାଜଙ୍କୁ ଦଳରେ ଜାଗା ନ ଦେବା ନେଇ କ୍ଷୁବ୍ଧ ଗାଭାସ୍କର ରଣଜୀ ଟ୍ରଫିର ଆୟୋଜନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଚୟନ କମିଟି ଦେଶର ସର୍ବଶ୍ରେଷ୍ଠ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିକୁ ଅଣଦେଖା କରି ଆଇପିଏଲର ପ୍ରଦର୍ଶନ ଆଧାରରେ ଖେଳାଳିଙ୍କ ଚୟନ କରୁଛନ୍ତି।

ଗାଭାସ୍କର ସ୍ପୋର୍ଟ୍ସ ଟୁଡେ ସହ ଆଲୋଚନା ବେଳେ କହିଛନ୍ତି, ସରଫରାଜ ଖାନ ଗତ ତିନୋଟି ସେସନରେ ପାଖାପାଖି ୧୦୦ ହାରରେ ରନ କରୁଛି। ତାଙ୍କୁ ଦଳରେ ସ୍ଥାନ ପାଇବା ପାଇଁ ଆଉ କଣ କରିବାକୁ ପଡ଼ିବ ? ହୋଇପାରେ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ନ ମିଳୁ କିନ୍ତୁ ଦଳରେ ଚୟନ କରିବାର ଥିଲା।
ଏହି ପୂର୍ବତନ ମହାନ କ୍ରିକେଟର କହିଛନ୍ତି, ସରଫରାଜଙ୍କୁ ଏମିତି ଲାଗିବା ଉଚିତ୍ ଯେ ତାଙ୍କ ପ୍ରଦର୍ଶନକୁ ପ୍ରଶଂସା କରାଯାଉଛି। ଯଦି ଏମିତି କରାଯିବ ତେବେ ରଣଜୀ ଟ୍ରଫି ଆୟୋଜନ ବନ୍ଦ କରି ଦିଆଯାଉ। ଆଇପିଏଲରେ ଭଲ ପ୍ରଦର୍ଶନ କରି ଯଦି ଆପଣ ଟେଷ୍ଟ ଦଳରେ ସ୍ଥାନ ପାଇଯିବେ ତେବେ ରଣଜୀ ଟ୍ରଫିର କୌଣସି ଫାଇଦା ନାହିଁ।

ସରଫରାଜ ୨୦୨୨-୨୩ ରଣଜୀ ଟ୍ରଫିରେ ୩ ଶତକ ଜରିଆରେ ୬ଟି ମ୍ୟାଚରେ ୯୨.୬୬ ହାରରେ ୫୫୬ ରନ କରିଥିଲେ। ୨୫ ବର୍ଷୀୟ ଏହି ଡାହାଣହାତୀ ବ୍ୟାଟର ୨୦୨୧-୨୨ ରଣଜୀ ସିଜିନରେ ୧୨୨.୭୫ ହାରରେ ୯୮୨ ରନ କରିଥିଲେ, ଯେଉଁଥିରେ ୪ ଶତକ ସାମିଲ୍। ସରଫରାଜ ଅଦ୍ୟାବଧି ୩୭ ପ୍ରଥମ ଶ୍ରେଣୀ ମ୍ୟାଚରେ ୭୯.୬୫ ହାରରେ ୩୫୦୫ ରନ କରିଛନ୍ତି। ଏଥିରେ ୧୩ ଶତକ ସାମିଲ୍।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ