Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୮ ମାସରେ ତଳୁ ଉପରକୁ ଉଠିଲେ ଆଜିଙ୍କ୍ୟ ରାହାଣେ, ଦଳରୁ ବାଦ୍ ପଡ଼ିବା ପରେ ପୁଣି ହେଲେ ଟିମ୍ ଇଣ୍ଡିଆର ଉପଅଧିନାୟକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟର ଆଜିଙ୍କ୍ୟ ରାହାଣେଙ୍କ ପାଇଁ ଗତ ୧୮ ମାସ ବହୁତ ସଂଘର୍ଷପୂର୍ଣ୍ଣ ରହିଛି। ପୁଣି ଥରେ ତାଙ୍କୁ ନିଜ କ୍ୟାରିୟରକୁ ଉଚ୍ଚକୁ ନେଇ ଯିବା ପାଇଁ ସୁଯୋଗ ମିଳିଛି। ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ଶୁକ୍ରବାର ଭାରତର ଦିନିକିଆ ଏବଂ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏଥିରେ ଅନୁଭବୀ ବ୍ୟାଟର ଆଜିଙ୍କ୍ୟ ରାହାଣେ ଟେଷ୍ଟ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ବଡ଼ କଥା ତାଙ୍କୁ ପୁଣି ଥରେ ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ କରାଯାଇଛି।

ବିରାଟ କୋହଲିଙ୍କ ଅଧିନାୟକ କାର୍ଯ୍ୟକାଳରେ ରାହାଣେଙ୍କୁ ଉପ ଅଧିନାୟକ ପଦରୁ ବରଖାସ୍ତ କରାଯାଇଥିଲା। ଏହା ପରେ ରାହାଣେ ପାଖାପାଖି ୧୬ ମାସ ଭାରତୀୟ ଦଳର ସଦସ୍ୟ ନ ଥିଲେ। ତାଙ୍କୁ ଟେଷ୍ଟ ଦଳରୁ ବାଦ୍ ଦିଆଯିବା ସହ କେନ୍ଦ୍ରୀୟ ଚୁକ୍ତିରୁ ବାହାର କରାଯାଇଥିଲା। ହେଲେ ଘରୋଇ କ୍ରିକେଟ୍ ଏବଂ ଆଇପିଏଲରେ ଦମଦାର ପ୍ରଦର୍ଶନ ପରେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରେ ତାଙ୍କର ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଥିଲା। ଆଉ ସେ ନିଜର ବ୍ୟାଟିଂରେ ସଭିଙ୍କୁ ପ୍ରଭାବିତ କରିଥିଲେ ଏବଂ ପୁଣି ଥରେ ଦଳରେ ନିଜର ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି।

ଅନ୍ୟପଟେ ଚେତେଶ୍ଵର ପୂଜାରାଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିନାହିଁ। ଆଇପିଏଲ୍ ଏବଂ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଋତୁରାଜ ଗାଏକଓ୍ଵାଡ, ଯଶସ୍ଵୀ ଜୟସଓ୍ଵାଲ ଏବଂ ମୁକେଶ କୁମାରଙ୍କୁ ଟେଷ୍ଟ ଦଳରେ ପ୍ରଥମ ଥର ସାମିଲ୍ କରାଯାଇଛି। ମହମ୍ମଦ ଶାମିଙ୍କୁ ଟେଷ୍ଟ ଏବଂ ଦିନିକିଆ ସିରିଜରୁ ବିଶ୍ରାମ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ