Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଫିଲ୍ମ ଉପରୁ କଟକଣା ହଟାଇଲା ନେପାଳ, ହେଲେ ଆଦିପୁରୁଷ ଉପରେ ବ୍ୟାନ ଜାରି

ନୂଆଦିଲ୍ଲୀ: ଆଦିପୁରୁଷକୁ ନେଇ ଭାରତଠୁ ନେଇ ନେପାଳରେ ବି ବିବାଦ ଖୁବ୍ ଦେଖିବାକୁ ମିଳିଛି। ସ୍ଥିତି ଏମିତି ଉପୁଜିଥିଲା ଯେ, କାଠମାଣ୍ଡୁ ଏବଂ ପୋଖରାରେ ସମସ୍ତ ଭାରତୀୟ ଫିଲ୍ମ ଉପରେ କଟକଣା ଲଗାଯାଇଥିଲା। ଫିଲ୍ମ ଆଦିପୁରୁଷର ଦୃଶ୍ୟ ଏବଂ ସଂଳାପକୁ ନେପାଳରେ ଘୋର ବିରୋଧ କରାଯାଇଥିଲା। ତେବେ ଏହା ମଧ୍ୟରେ ଶୁକ୍ରବାର ନେପାଳ ସରକାର ଆଦିପୁରୁଷକୁ ବାଦ୍ ଦେଇ ଅନ୍ୟ ହିନ୍ଦୀ ଫିଲ୍ମର ପ୍ରଦର୍ଶନକୁ ଅନୁମତି ଦେଇଛନ୍ତି। ଫିଲ୍ମରେ ମାତା ସୀତାଙ୍କୁ ଭାରତର ଝିଅ ଭାବେ ଚିତ୍ରଣ କରାଯିବା ନେଇ ବିବାଦ ଘନେଇଥିଲା। ଏବେ ପୁଣି ଥରେ କାଠମାଣ୍ଡୁରେ ଅନେକ ସିନେମାଘରେ ହିନ୍ଦୀ ଫିଲ୍ମର ପ୍ରଦର୍ଶନକୁ ଅନୁମତି ପ୍ରଦାନ କରାଯାଇଛି।

ନେପାଳ ମୋଶନ ପିକଚର ଆସୋସିଏସନ ନିଜର ବିବୃତିରେ କହିଛି ଯେ, ଆଦିପୁରୁଷକୁ ବାଦ୍ ଦେଇ ସମସ୍ତ ନେପାଳୀ ଏବଂ ବିଦେଶୀ ଫିଲ୍ମ ଶୁକ୍ରବାର ପ୍ରଦର୍ଶିତ କରାଯାଇଛି। ଗୁରୁବାର ପାଟନ ହାଇକୋର୍ଟର ଜଜ ଧୀର ବାହାଦୂର ଚନ୍ଦଙ୍କ ଜଣିକିଆ ପୀଠ ଆଦେଶ ଜାରି କରିଛନ୍ତି ଯେ, ସେନସନର ବୋର୍ଡରୁ ଅନୁମତି ପ୍ରାପ୍ତ ଫିଲ୍ମର ସ୍କ୍ରିନିଂ ଉପରେ ରୋକ୍ ଲଗାଯିବା ଅନୁଚିତ୍। ଏହା ଆମର ବିଶ୍ଵାସ ଯେ, ରାଷ୍ଟ୍ର ଏବଂ ରାଷ୍ଟ୍ରୀୟତା ଉପରେ କିଛି ନାହିଁ।

ସୂଚନାଯୋଗ୍ୟ, ଆଦିପୁରୁଷକୁ ନେଇ କାଠମାଣ୍ଡୁ ମେୟର ଘୋର ଆପତ୍ତି ପ୍ରକାଶ କରିଥିଲେ। ଫିଲ୍ମରେ ସଂଳାପ ଏବଂ ମାତା ସୀତାଙ୍କୁ ଭାରତର ଝିଅ ଭାବେ ଦର୍ଶାଯିବାକୁ ସେ ଘୋର ବିରୋଧ କରିଥିଲେ। ମେୟର ବାଲେନ୍ଦ୍ର ଶାହ ଫିଲ୍ମର ପ୍ରଦର୍ଶନ ଉପରେ ରୋକ୍ ଲଗାଇଥିଲେ। ମାନ୍ୟତା ଅନୁଯାୟୀ ସୀତାଙ୍କ ଜନ୍ମ ଦକ୍ଷିଣ-ପୂର୍ବ ନେପାଳର ଜନକପୁରରେ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ