Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ସଚେତନତା ସଭା

ସମ୍ବଲପୁର (ପଡିଆବାହାଲ): ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ସମାଜରୁ ଶିଶୁ ଶ୍ରମିକ ଲୋପ ପାଇଲେ ସାମାଜିକ ଓ ଅର୍ଥନୈତିକ ପ୍ରଗତି ସହିତ ଅଞ୍ଚଳର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ ବୋଲି ଆଜି ପଡିଆବାହାଲ ଜୟଦୂର୍ଗା ପାଠାଗାର ପରିସରରେ ଅନୁଷ୍ଠିତ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଏକ ସଚେତନତା ସଭାରେ ମତପ୍ରକାଶ ପାଇଛି। ୫ଟି ପଞ୍ଚାୟତକୁ ନେଇ ୟୁନିସେଫ ସହାୟତାରେ ବାହାମ ଗ୍ରାମ ପଞ୍ଚାୟତ ଓ ଏଡଏଟ୍ ଏକ୍ସନର ମିଳିତ ଆୟୋଜନରେ ଏହି ସଚେତନତା ସଭା ଅନୁଷ୍ଠିତ ହୋଇ ବାହାମ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମିକ ଉଚ୍ଛେଦ ପଞ୍ଚାୟତ ଭାବେ ଗଢି ତୋଲିବାକୁ ବିଭିନ୍ନ ପଦେକ୍ଷେପ ଗ୍ରହଣ କରାଯାଇଥିଲା। ସଭାରେ ବାହାମ ସରପଞ୍ଚ ସରସ୍ୱତୀ ଭୋସାଗର ସ୍ୱାଗତ ଭାଷଣ ଦେଇଥିବା ବେଳେ ଏଡଏଟ ଏକ୍ସନର ଜିଲ୍ଲା ସଂଯୋଜିକା ସୁନିତା ତ୍ରିପାଠୀ ସଭାର ଉଦ୍ଦେଶ୍ଯ,ଲକ୍ଷ ଓ ଏହାର ସଦୁପଯୋଗ ସମ୍ମନ୍ୱୟ ସହଭାଗିତାରେ କିଭଳି କରାଯାଇପାରିବ ସେ ଦିଗରେ ବିସ୍ତୃତ ଭାବେ ବୁଝାଇଥିଲେ । ଏହି ସଭାରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପାଢୀ ମୁଖ୍ୟଅତିଥି,ଆଦର୍ଶର ମୂଖ୍ୟ ପ୍ରଦୀପ କୁମାର ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିଶୁ ଶ୍ରମିକ,ବାଲ୍ୟ ବିବାହ,ଶିଶୁ ନିର୍ଯ୍ୟାତନା, ଶୋଷଣ ପ୍ରଭୃତି ଦିଗରେ ଆଲୋଚନା ପର୍ଯ୍ୟାଲୋଚନା କରି ବିଭିନ୍ନ କ୍ଷେତ୍ରରେ ଥିବା ଶିଶୁ ଥଇଥାନ ଓ ସେମାନଙ୍କ ମୌଳିକ ଅଧିକାର ପାଇଁ ଲୋକଙ୍କ କିଭଳି ସହଯୋଗ ରହିବା କଥା ସେ ସଂପର୍କରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ସଦର ପୋଲିସ ଏଏସଆଇ ଏସ ମହେନ୍ଦ୍ର ରାଓ,ସିଆରସି ଅଶ୍ୱନୀ ସିଂ,ଡଙ୍ଗରପଡା ସରପଞ୍ଚ ଅୟସକାନ୍ତ ବଡପଣ୍ଡା,ଆଇସିଡିଏସ ସୁପରଭାଇଜର୍ ଅହଲ୍ୟା ଦାଶ ଯୋଗଦେଇ ଶିଶୁ ଶ୍ରମିକ ବିଲୋପ ପାଇଁ ସରକାରୀ ସ୍ତରରେ ଥିବା ନିଜ ନିଜ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସଚେତନ କରାଇଥିଲେ। ଏଥିରେ ଯୁଯୋମୁରା ସିଡିପିଓ ସବିତା ନାୟକ ଅଧ୍ୟକ୍ଷତା କରି ଏହି ବ୍ଲକକୁ ଶିଶୁ ଶ୍ରମିକ ମୁକ୍ତ ଭାବେ ଏକ ପାଇଲଟ ବ୍ଲକର ମାନ୍ୟତା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଆୟୋଜିତ ସଭାରେ ସାମ୍ବାଦିକ ରାଧାମୋହନ ଷଡଙ୍ଗୀ ଶିଶୁଙ୍କୁ ପ୍ରଲୋଭନ ସମାଜ ପାଇଁ କ୍ଷତିର କାରଣ ବୋଲି ଚିତ୍ରଣ କରିଥିଲେ । ସଭାରେ ସମୁଦାୟ ୫ଟି ପଞ୍ଚାୟତର ୮୦ ଜଣରୁ ଉର୍ଦ୍ଧ୍ବ ଆଶା,ଅଙ୍ଗନୱାଡି କର୍ମୀ,ସିଆରପି,ୱାଡମେମ୍ବର ଓ ଆଦ୍ୱିକା ଗ୍ରୁପ ଯୋଗ ଦେଇଥିଲେ।ସମୁଦାୟ କାର୍ଯ୍ୟକ୍ରମକୁ ଏଡଏଟ ଏକ୍ସନର ଯୁଯୋମୁରା ବ୍ଲକ୍ ସଂଯୋଜିକା ମିନୁ ଭୋଇ ପରିଚାଳନା କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ