Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରଳ ଦୃଷ୍ଟାନ୍ତ :ବିରଳ ରକ୍ତଦାତା ଧାଇଁ ଆସିଲେ ରାଜଧାନୀରୁ ବୁର୍ଲା

ସମ୍ବଲପୁର(ବୁର୍ଲା): ଭିମସାରରେ ସୁବର୍ଣ୍ଣପୁର ନିବାସୀ ଶ୍ରୀମତୀ ନଳିନୀ ସୁନା ଗୁରୁତର ରୋଗୀ ଙ୍କୁ ବିରଳ ରକ୍ତ ଏବ -ଭିଇ ର ରକ୍ତ ଆବଶ୍ୟକତା ପଡିଥିବା ବେଳେ ଜନଙ୍କ ପରେ ଜଣେ ରକ୍ତ ଦେଇ ଜୀବନ ବଞ୍ଚାଇବାକୁ ଧାଇଁ ଆସୁଛନ୍ତି କାହିଁନା କେତେ ଦୂରରୁ। ଆଜିବି ଏଭଳି ଜଣେ ଦେବଦୂତ ଧାଇଁ ଆସିଛନ୍ତି ରାଜଧାନୀ ଭୁବନେଶ୍ବରୁ। ଭୁବନେଶ୍ୱର ନିବାସୀ ଅଜୟ କୁମାର ରାଉତ ସାଈପ୍ରସାଦ ନାମକ ଜଣେ ସାମାଜିକ କର୍ମୀଙ୍କ ଡାକରା ପାଇ ଏହି ବିରଳ ରକ୍ତ ଦାନ କରିଛନ୍ତି। ଏହାପୂର୍ବରୁ ସମ୍ବଲପୁରର ସଦାନନ୍ଦ ଗୌର,ସୁବର୍ଣ୍ଣପୁରର ଜ୍ୟୋତିଶ୍ରୀ ବେଉରା ଏବଂ ସମ୍ବଲପୁର ନିବସୀ ଶ୍ରୀମତୀ ରଶ୍ମିତା ବୁର୍ଲା ରକ୍ତ ଭଣ୍ଡାରକୁ ଆସି ଏହି ସୁନିତାଙ୍କ ପାଇଁ ରକ୍ତଦାନ କରିଥିଲେ। ଏହି ଚାରିଜଣ ଦେବଦୂତ ହୋଉ ଗୁରୁତର ରୋଗୀ ଶ୍ରୀମତୀ ନଳିନୀ ସୁନାଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଏହି ଚାରିଜଣଙ୍କୁ ବ୍ଲଡ଼ ଡୋନର୍ସ ଗ୍ରୁପ ହୀରାକୁଦର କେ. ସାଇ ପ୍ରସାଦ ରାଓ , ସମ୍ବଳ ଅନୁଷ୍ଠାନର ସୁବ୍ରତ ପଣ୍ଡା ଓ ରାମଦାସ ପଣ୍ଡା ବିଶେଷ ଉତ୍ସାହ ଦେଖାଇ ବିରଳ ରକ୍ତଦାନ ସଂଗ୍ରହ କରାଇବାରେ ପ୍ରମୂଖ ଦାୟିତ୍ୱ ନିର୍ବାହ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ