ଗୋପାଳପୁର : ମାଣ୍ଡିଆପଲ୍ଲୀ ସ୍ଥିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ରେ ଆଜି ମହାବିଦ୍ୟାଳୟର ଡିନ ପ୍ରଫେସର ସୌମେନ୍ଦ୍ର ନନ୍ଦ ଙ୍କ ଅଧ୍ୟକ୍ଷତାରେ ପ୍ରଫେସର୍ ରବି ନାରାୟଣ ମିଶ୍ର ସ୍ମାରକୀ ବତ୍କୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏହି ମହାବିଦ୍ୟାଳୟ ର ପୁରାତନ ଛାତ୍ର ତଥା ନୂଆ ଦିଲ୍ଲୀ ଆଇ ସି ଏ ଆର ର ଡି ଡି ଜି ଡ଼ଃ ଜୟ କୃଷ୍ଣ ଜେନା ଯୋଗ ଦେଇ ଏହି ଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ସ୍ବର୍ଗତ ରବି ନାରାୟଣ ମିଶ୍ର ଙ୍କ ଆଦର୍ଶ ଓ ଦକ୍ଷତା ଉପରେ ଆଲୋକପାତ କରିବା ସହ ମତ୍ସ୍ୟ ଚାଷ ର ଉନ୍ନତି ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଓ ୟୁ ଏ ଟି ର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗ ଦେଇ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ର ଭିତ୍ତି ଭୂମି ର ଉନ୍ନତି ନିମନ୍ତେ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଜ୍ଞାନ କୌଶଳ ଆହୋରଣ କରିବା ପାଇଁ ପରାମର୍ଶ ଦେଇଥିଲେ।ପ୍ରଫେସର ବିଷ୍ଣୁ ପ୍ରିୟା ମିଶ୍ର ମଞ୍ଚାସିନ ଥିଲେ। ମହାବିଦ୍ୟାଳୟ ର ଡିନ ପ୍ରଫେସର ସୌମେନ୍ଦ୍ର ନନ୍ଦ ସ୍ମାରକୀ ଙ୍କ ବିବରଣୀ ଲିଖିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁସ୍ତିକା ଓ ତାଙ୍କ ଜୀବନୀ ବିବରଣୀ ପାଠ କରିଥିଲେ। ପ୍ରଫେସର ସନ୍ତୋଷ କୁମାର ଉଦଗlତା ସଭା ପରିଚାଳନା କରିଥିଲେ।ଏହି ଅବସରରେ ଏକ ସ୍ମାରକୀ ପୁସ୍ତିକା ଅତିଥି ଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।ଶେଷରେ ପ୍ରଫେସର ବସନ୍ତ କୁମାର ଖୁଣ୍ଟିଆ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ କଲେଜ୍ ର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ,ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।