Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ତ୍ରୀ ଓ ଦେଢଶାଶୁ ଙ୍କୁ ଆକ୍ରମଣ ମାମଲାରେ ସ୍ବାମୀ ଗିରଫ, କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟରେ ନିଜ ଭଉଣୀ ଙ୍କ ଘରେ ରହୁଥିବା ଜଣେ ମହିଳା ସମେତ ତାଙ୍କ ଭଉଣୀ ଙ୍କୁ ଆକ୍ରମଣ କରିବା ମାମଲାରେ ସ୍ବାମୀ ଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତ ଜଣଙ୍କ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମେଳିଆପୁଟ ଥାନା ଅନ୍ତର୍ଗତ ନଡାସନ୍ଦ୍ରା ର ସନ୍ତୋଷ କୁମାର ସାମଲ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ କୋଳିଥି ଗାଁ ର ସୁନିତା ଜେନାଙ୍କ ବିବାହ ଗତ ୨ ବର୍ଷ ତଳେ ସନ୍ତୋଷ ଙ୍କୁ ବିବାହ କରିଥିଲେ।ବିବାହ ପରଠାରୁ ଉଭୟ ସୁନିତା ଓ ସନ୍ତୋଷ ଦଶପଲ୍ଲା ରେ ରହି ଆସୁଥିଲେ। କିନ୍ତୁ ଗତ କିଛି ମାସ ତଳେ ସନ୍ତୋଷ ସୁନିତା ଙ୍କୁ ମାରଧର କରିବାରୁ ସୁନିତା ଦଶପଲ୍ଲା ଥାନାରେ ସ୍ବାମୀ ସନ୍ତୋଷ ବିରୋଧରେ ମାମଲା ରୁଜୁ କରିଥିଲେ।ଘଟଣା ପରଠାରୁ ସୁନିତା କନିଷି ରେ ରହୁଥିବା ତାଙ୍କ ଭଉଣୀ ଙ୍କ ଘରେ ରହି ଆସୁଥିଲେ।ଆଜି ସକାଳ ୧୦ ଟା ବେଳେ ସନ୍ତୋଷ ଅଚାନକ କନିଷି ରେ ରହୁଥିବା ସୁନିତାଙ୍କ ନିକଟରୁ ପହଞ୍ଚି ଦଶପଲ୍ଲା ଥାନାରେ ଦେଇଥିବା ଅଭିଯୋଗ କୁ ପ୍ରତ୍ୟାହାର କରିବାକୁ ଧମକ ଦେବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ସୁନିତା ଆହାତ ହୋଇଥିଲେ।ଏହା ସହ ସନ୍ତୋଷ ଙ୍କ ଆକ୍ଙ୍କରମଣ ରେ ସୁନିତାଙ୍କ ଭଉଣୀ ମଧ୍ୟ ଆହାତ ହୋଇଥିଲେ।ଘଟଣା ନେଇ ସୁନିତା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୮୩/୨୩ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସନ୍ତୋଷ କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories